ଜୁଲାଇ୨୦ରୁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ Air India, କାର୍ଯ୍ୟରେ ଯୋଗ ନଦେଲେ ପଡିବ ଆବସେଣ୍ଟ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫।୭: ସରକାରୀ ବିମାନ ପରିବହନ କମ୍ପାନୀ ଏୟାର ଇଣ୍ଡିଆ ଜୁଲାଇ ୨୦ ତାରିଖରୁ ପୂର୍ଣ୍ଣ କ୍ଷମତାର ସହ କାର୍ଯ୍ୟ କରିବ ବୋଲି ବୁଧବାର ଘୋଷଣା କରିଛି। ସାରା ଦେଶରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ସବୁ ରାଜ୍ୟରେ ଥିବା ଏୟାର ଇଣ୍ଡିଆ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି।  ଯେଉଁ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନ ଦେବେ ସେମାନଙ୍କର ଅନୁପସ୍ଥିତି ପଡିବ ବୋଲି ମଧ୍ୟ ସତର୍କ କରାଇ ଦିଆଯାଇଛି ।

ତେବେ ଏହି ନିର୍ଦ୍ଦେଶରେ ଏୟାର ଇଣ୍ଡିଆ କଣ୍ଟେନମେଣ୍ଟ ଜୋନରେ ରହୁଥିବା କର୍ମଚାରୀଙ୍କୁ ରିହାତି ଦିଆଯାଇଛି। ଯେଉଁମାନେ ଏପରି ଅଞ୍ଚଳରେ ରହୁଛନ୍ତି ସେମାନଙ୍କୁ ସୂଚିତ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ୱାର୍କ ଫ୍ରମ ହୋମ ଆଦେଶ ଦିଆଯାଇପାରେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ଜୁଲାଇ ୨୦ ତାରିଖରୁ ଏୟାର ଇଣ୍ଡିଆର ସମସ୍ତ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି। ଏଣୁ କୋଭିଡ-୧୯ ଯୋଗୁ ପୃଥକ ରୋଷ୍ଟର ବ୍ୟବସ୍ଥା ହେବ ନାହିଁ। ଏଣୁ ଯେଉଁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇ ନ ପାରିବେ ସେମାନେ ଛୁଟି ଦରଖାସ୍ତ ଦେବେ, ନଚେତ ସେମାନଙ୍କର ଆବସେଣ୍ଟ ପଡିବ। ସେପଟେ ବିମାନ କମ୍ପାନୀର ସମସ୍ତ ବିଭାଗଙ୍କୁ ସାମାଜିକ ଦୂରତା ସାଙ୍ଗକୁ ପର୍ଯ୍ୟାପ୍ତ ସାନିଟାଇଜର ବ୍ୟବସ୍ଥା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.