ବିଜୟଓ୍ବାଡା ଏୟାପୋର୍ଟରେ ଲ୍ୟାଣ୍ଡିଂ ସମୟରେ ବିଜୁଳିଖୁଣ୍ଟକୁ ଧକ୍କା ଦେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୬୪ ଯାତ୍ରୀ

Published By : Prameya-News7 Bureau | February 20, 2021 IST

ହାଇଦରାବାଦ ୨୦/୦୨ : ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଅନ୍ତରାଷ୍ଟ୍ରୀୟ ବିମାନବନନ୍ଦରରେ ଶନିବାର ସନ୍ଧ୍ୟାରେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଏକ ବିମାନ । ଲ୍ୟାଣ୍ଡିଂ ସମୟରେ ଏକ ବିଜୁଳିଖୁଣ୍ଟକୁ ଧକ୍କା ଦେଇଛି ବିମାନ । ଦୁର୍ଘଟଣା ସମୟରେ ବିମାନରେ ୬୪ ଜଣ ଯାତ୍ରୀ ଥିଲେ । ଆଶ୍ବସ୍ଥିକର କଥା ହେଉଛି ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ବିଜୟଓ୍ବାଡା ଅନ୍ତରାଷ୍ଟ୍ରୀୟ ବିମାନବନନ୍ଦର ନିର୍ଦେଶକ ଜୀ. ମଧୂସୁଦନ କହିଛନ୍ତି, ବିମାନଟି ଦୋହାରୁ ବିଜୟଓ୍ବାଡା ଆସୁଥିଲା । ତେବେ ଲ୍ୟାଣ୍ଡିଂ ସମୟରେ ଭାରସାମ୍ୟ ହରାଇ ବିମାନଟି ଏକ ବିଜୁଳି ଖୁଣ୍ଟକୁ ଧକ୍କା ଦେଇଥିଲା । ସୌଭାଗ୍ୟବଶତଃ ଧକ୍କା ଦେବା ପରେ ବିମାନରେ ସେଭଳି ବିଶେଷ କିଛିୁ କ୍ଷତି ହୋଇନାହିଁ ଏବଂ ସେଥିରେ ଥିବା ୬୪ ଜଣ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.