ଭିଆଇପି କଷ୍ଟମରଙ୍କୁ ସନ୍ତୁଷ୍ଟ କରିବା ଲାଗି ଏୟାର ହୋଷ୍ଟେସଙ୍କୁ କରିବାକୁ ପଢୁଛି ଏଭଳି କାମ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

Published By : Prameya-News7 Bureau | August 28, 2019 IST

ଯଦି ଆପଣ ବିମାନର ଯାତ୍ରା କରୁଛନ୍ତି ତେବେ ଜାଣି ରଖିବା ଉଚିତ ବିମାନ ଭିତରର ମାହୋଲ  କିପରି ଥିବ, ଅଥବା  ଆପଣଙ୍କ ସହ ଏୟାର ହଷ୍ଟେସ କିଭଳି ବ୍ୟବହାର କରିବେ। ଏଠାରେ ଆମେ ଏଭଳି କିଛି ଜଣାଇବାକୁ ଚାହୁଁଛୁ ଜାହା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଆଜିକା ଦିନରେ ବିମାନ ଯାତ୍ରାରେ ଏହାହିଁ ହେଉଛି ବାସ୍ତବିକତା।

{"id":150161}

ବିମାନରେ ଇକନମି କ୍ଲାସର ଯାତ୍ରୀଙ୍କୁ ଏତେଟା ଟ୍ରିଟ୍ ମିଳି ନଥାଏ। ହେଲେ ଏଥିରେ ବିଜନେସ୍ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପରିଚାରିକାଙ୍କ ଦ୍ୱାରା ସ୍ୱତନ୍ତ୍ର ଟ୍ରିଟ୍ ଦିଆଯାଇଥାଏ। ବିମାନ ଯାତ୍ରାର ଅନୁଭବ ଏହି ବର୍ଗର ଯାତ୍ରୀଙ୍କ ଲାଗି କିପରି ସୁଖଦ ଓ ସ୍ମରଣୀୟ ହେବ ସେଥିରେ ଏୟାର ହୋଷ୍ଟେସଙ୍କ ଦାୟିତ୍ୱ ଗୁରୁତ୍ୱପୁର୍ଣ୍ଣ । ଏଥିପାଇଁ ବିମାନରେ ସେମାନଙ୍କୁ କ’ଣ କ’ଣ କରିବା ପଡେ  ତାର ରହସ୍ୟ ଉଜାଗର କରିଛନ୍ତି ଜନୈକା ଏୟାର ହଷ୍ଟେସ୍।

{"id":150159}

ବିଜନେସ କ୍ଲାସ ଯାତ୍ରୀଙ୍କୁ ଯାତ୍ରାକାଳରେ ଖୁସି ରଖିବାକୁ ହଷ୍ଟେସଙ୍କୁ ସର୍ବଦା ନିଜ ଚେହେରାରେ ହସ ଉକୁଟେଇବାକୁ ପଡିଥାଏ। କେବଳ ସେତିକି ନୁହେଁ ଯାତ୍ରୀଙ୍କ ଫର୍ମାଇସ ବି ପୂରଣ କରିବାକୁ ପଡେ। ଏଥିରୁ ଜାଣିପାରୁଥିବା ଏଭଳି କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀ କଣ ଫର୍ମାଇସ କରୁଥିବେ। ଏଥିରେ ଏୟାର ହଷ୍ଟେସଙ୍କୁ ତାଙ୍କ ମେକପ୍ ପାଇଁ ଯେତିକି ଧ୍ୟାନ ଦେବାକୁ ପଡେ ତାହା ଦେଶର କୌଣସି ଜାତୀୟ ସ୍ତରର କୌଣସି ଟେଲିଭିଜନ ଆଙ୍କର ବି  କରୁନଥିବେ । ହଷ୍ଟେସକୁ ଆଇ ସାଡୋ ଠାରୁ ଆରମ୍ଭ କରି ଲିପ୍ ଷ୍ଟିକ୍ ପର୍ଯ୍ୟନ୍ତ ସବୁକୁ  ଧ୍ୟାନ ଦେବାକୁ ବାଧ୍ୟ ହୋଇଥାନ୍ତି। ଏପରିକି କିଛି କିଛି ଅନ୍ତରାଳରେ ଲିପ୍ ଷ୍ଟିକ୍ କୁ ଆଡଜଷ୍ଟ ବି କରନ୍ତି । କେବଳ ସେତିକି ନୁହେଁ ଏୟାର ହଷ୍ଟେସ ଙ୍କ ଲାଗି ଖାସ୍ କମ୍ପାନୀର ସାଡୋ ଓ ଲିପ୍ ଷ୍ଟିକ୍ ବ୍ୟବହାର ଲାଗି ଅନୁମତି ଦିଆଯାଇଥାଏ ବୋଲି କହିଛନ୍ତି  ଏହି ଏୟାର ହୋଷ୍ଟେସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.