Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚଳନ୍ତା ବିମାନରେ ଶାରୀରିକ ସଂପର୍କ ରଖିଥିଲେ ପ୍ରସିଦ୍ଧ ଫୁଟବଲର୍, ଖୁଲାସା କଲେ ଏୟାର ହୋଷ୍ଟେସ୍

21/09/2021 at 11:47 AM

ନୂଆଦିଲ୍ଲୀ ୨୧/୦୯: ଚଳନ୍ତା ବିମାନରେ ଶାରୀରିକ ସଂପର୍କ ରଖିଥିଲେ ଜଣେ ନାମିଦାମୀ ଫୁଟବଲ ତାରକା । ଏକଥା ଖୁଲ୍ଲାସା କରିଛନ୍ତି ଜଣେ ଏୟାର ହୋଷ୍ଟେସ୍ । ସେ କହିଛନ୍ତି ଥରେ ବିମାନ ଯାତ୍ରାରେ ପ୍ରସିଦ୍ଧ ବ୍ରିଟିଶ ଫୁଟବଲର୍ମା ଯୌନ ସମ୍ପର୍କରେ ଲିପ୍ତ ଥିଲେ । ହୋଷ୍ଟେସ୍ କହିଛନ୍ତି ବିମାନରେ ଫୁଟବଲର୍ ସହିତ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି ଫୁଟବଲ କ୍ୟାବିନରେ ଏୟାର ହୋଷ୍ଟେସ ପ୍ରବେଶ କରିବାକୁ ଯାଉଥିଲେ । ହେଲେ ଏତିକିବେଳେ ତାଙ୍କୁ ଅଟକାଯାଇଥିଲା । ସୂଚନା ମୁତାବକ, ଏହି ଏୟାର ହୋଷ୍ଟେସ୍ ଙ୍କ ନାମ ଲୋରୀ । ଲୋରୀ ଅନେକ ଦଶନ୍ଧି ଧରି ଏକ ଘରୋଇ ଜେଟରେ ଏୟାର ହୋଷ୍ଟେସ୍ ଭାବରେ କାର୍ଯ୍ୟ କରିଛନ୍ତି । ସେ ‘ଡେଲି ବିଷ୍ଟ’କୁ କହିଥିଲେ ଯେ ଜଣେ ପ୍ରସିଦ୍ଧ ବ୍ରିଟିଶ ଫୁଟବଲର୍ ବିମାନରେ ଶାରିରୀକ ସପର୍କ ରଖିଥିବା ସେ ଜାଣିଥିଲେ ।

ଫୁଟବଲର୍ ସହିତ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ ବର୍ଣ୍ଣନା କରି ଲୋରି କହିଛନ୍ତି, ସେ ମୋତେ ପ୍ୟାଣ୍ଟ ବଦଳାଇବାକୁ କହିଥିଲେ । ଦ୍ୱିତୀୟ ସାକ୍ଷାତରେ ଫୁଟବଲର୍ ତାଙ୍କ ପତ୍ନୀଙ୍କ ସହ ଥିଲେ ଏବଂ ନ୍ୟୁୟର୍କରେ ନାଇଟ ଆଉଟ୍ ପରେ ଲଣ୍ଡନ ଯାଉଥିଲେ । ‘ଦି ସନ୍’ ଅନୁଯାୟୀ, ବିମାନଟି ଆକାଶରେ ଯାଉଥିବାବେଳେ ଲୋରି ଫୁଟବଲର କ୍ୟାବିନରେ ପ୍ରବେଶ କରିବାକୁ ଯାଉଥିଲେ ।

କିନ୍ତୁ ଜଣେ ସହକର୍ମୀ ତାଙ୍କୁ ଅଟକାଇ ଥିଲେ । ସେ କହିଥିଲେ ସେମାନେ ଯୌନ ସମ୍ପର୍କରେ ଲିପ୍ତ ଅଛନ୍ତି । ତେବେ ଏହି ପ୍ରତିକ୍ରିୟାରେ ଲୋରୀ କହିଥିଲେ ଯେ, କିଛି ଅସୁବିଧା ନାହିଁ, କାରଣ ସେମାନେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯଦି ମୁଁ ଏତିକି ଖର୍ଚ୍ଚ କରିଥାନ୍ତି ତେବେ ମୁଁ ମଧ୍ୟ ମୋ ସ୍ୱାମୀଙ୍କ ସହ ଏନଜୟ କରିଥାନ୍ତି । ତେବେ ଏହି ଘଟଣା ପରେ ଲୋରି ଫୁଟବଲର ନାମ କହିବାକୁ ମନା କରିଦେଇଥିଲେ ।

ଏହା ନିୟମ ବିରୁଦ୍ଧ ବୋଲି ସେ କହିଛନ୍ତି । କୁହାଯାଇଥିଲା ଯେ କୌଣସି ବ୍ୟକ୍ତି ପଇସା ଦେଇ ଏହିପରି ବ୍ୟକ୍ତିଗତ ଭାବେ ଉପଭୋଗ କରିପାରିବେ । ଆମେରିକାର ଦୁଇଟି ବିମାନ, ଫ୍ଲାମିଙ୍ଗୋ ଏୟାର ଏବଂ ଲଭ୍ କ୍ଲାଉଡ୍, ବ୍ୟକ୍ତିଗତ ବିମାନରେ ଦମ୍ପତିମାନଙ୍କ ପାଇଁ ଏହିପରି ପ୍ୟାକେଜ୍ ପ୍ରଦାନ କରନ୍ତି । ସେମାନଙ୍କର ବୁକିଂ ହଜାରେ ରୁ ଲକ୍ଷ ପର୍ଯ୍ୟନ୍ତ ରହିଥାଏ ।

   Related Posts