Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭାଇରାଲ ହେଉଛି ଏୟାର ହୋଷ୍ଟେସମାନଙ୍କର ଅଶ୍ଳୀଳ ଫଟୋ ଓ ଫିଲ୍ମ, ବିଦେଶୀ ସର୍ଭେରୁ ଜଣାପଡିଲା ଅସଲ କାରଣ

18/08/2019 at 3:56 PM

ଟୋକିଓ : ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଗୋପନରେ ଏୟାର ହୋଷ୍ଟେସମାନଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ ସୁଟିଂ କରି ସେ ସବୁକୁ ଭାଇରାଲ କରୁଥିବାର ଚାଞ୍ଚଲ୍ୟକର ଘଟଣାର ଏବେ ପର୍ଦ୍ଦାଫାସ ହୋଇଛି। ହିଡେନ କ୍ୟମେରା ଅଥବା ମୋବାଇଲ ଫୋନ ମାଧ୍ୟମରେ ଉଠାଯାଉଥିବା ଏହି ସବୁ ଫଟୋ ଓ ଭିଡିଓକୁ ଯାତ୍ରୀମାନେ ପରେ ଇଣ୍ଟରନେଟ୍ ରେ ଅପଲୋଡ କରିବା ଯୋଗୁ ସେଗୁଡିକ ଭାଇରାଲ ହେଉଛି।  ତେବେ ଯାତ୍ରୀମାନେ ଗୁପ୍ତ ଫଟୋ ଓ ଭିଡିଓ ସୁଟିଂ ପାଇଁ ଯେଉଁ ଉପାୟ ଅବଲମ୍ବନ କରୁଛନ୍ତି ତାହା ବିମାନର ଅନ୍ୟ ମହିଳା ଯାତ୍ରୀଙ୍କ ଲାଗି ଏବେ ଚିନ୍ତାର କାରଣ ହେଲାଣି।

ବିମାନଯାତ୍ରୀମାନେ ହିଁ ଏଭଳି ଅଶୋଭନୀୟ କାଣ୍ଡ କରୁଥିବା ଜାପାନରେ ହୋଇଥିବା ଏକ ସର୍ଭେକ୍ଷଣରୁ ପ୍ରଥମ ଥର ଜଣାପଡିଛି। ପ୍ରାୟତଃ ଜାପାନୀ ଏୟାର ହୋଷ୍ଟେସଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ ହେଉଛି। ଏଣୁ ଏ ନେଇ ସେମାନେ ବାରମ୍ବର ଅଭିଯୋଗ କରିବା ପରେ ଜାପାନ ଫେଡେରେସନ ଅଫ ଏଭିଏସନ ଇଣ୍ଡଷ୍ଟ୍ରି ୟୁନିୟନସ୍ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ କରାଯାଇଥିବା ସର୍ଭେରୁ ଜାପାନର ୬୦ ପ୍ରତିଶତ ଏୟାର ହଷ୍ଟେସଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ଇଣ୍ଟରନେଟ୍ ରେ ଅପଲୋଡ ହୋଇଥିବା ଜଣାପଡିଥିଲା।

ତେବେ ଏହି ସବୁ ଫଟୋ ଓ ଭିଡିଓ ଉଡାଣ ବେଳେ ଯାତ୍ରୀ ଚୁପଚାପ ସୁଟିଂ କରିବା ପରେ ସେଗୁଡିକୁ ଇଣ୍ଟରନେଟରେ ଅପଲୋଡ କରିଥିବା ଜଣାପଡୁଛି। ଜନୈକ ଏୟାର ହଷ୍ଟେସ ଯାତ୍ରୀଙ୍କ ଠାରୁ ଏଭଳି ଏକ ଗୁଇନ୍ଦା କ୍ୟାମେରା ଜବତ କରିଥିବା ବି ସର୍ଭେ ବେଳେ କହିଛନ୍ତି। ତେବେ ଏଭଳି ମାମଲାର ତଦନ୍ତରେ ଆଇନଗତ ବାଧା ଓ ବାଧକତା ଯୋଗୁ ଅଧିକାଂଶ ହଷ୍ଟେସ  ଏ ସମ୍ପର୍କରେ ପୋଲିସ ଅଭିଯୋଗ କରି ନାହାନ୍ତି। ହେଲେ ଘଟଣାର ଶିକାର ୪୦ ପ୍ରତିଶ ଏୟାର ହଷ୍ଟେସ ଏ ନେଇ ପୋଲିସ ଅଭିଯୋଗ ମଧ୍ୟ କରିଛନ୍ତି। ମାମଲାର ତଦନ୍ତରେ ପୋଲିସ ପ୍ରାୟ ମାମଲାକୁ ଆପତ୍ତିଜନକ ଫଟୋ ଡିଲିଟ କରି ଓ ଅଭିଯୁକ୍ତଙ୍କୁ ପୁଣି ଏପରି କେବେ ନ କରିବାକୁ ଧମକଚମକ ଦେଇ ସମାଧାନ କରିଦେଇଛି।

ଦେଶର ବିମାନ ପରିଚାରିକାମାନେ ବାରମ୍ବାର ଏଭଳି ଘଟଣାର ଶିକାର ହେଉଥିଲେ ହେଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଇନଗତ କଟକଣା ଜାରି ହୋଇ ନାହିଁ। ଯାତ୍ରୀମାନେ ବିମାନରେ ପରିଚାରିକାମାନଙ୍କର ଫଟୋ ବା ଭିଡିଓ ସର୍ବଦା ମନ୍ଦ ଉଦ୍ଦେଶ୍ୟରେ ହିଁ ସୁଟିଂ କରିଥାନ୍ତି। ହେଲେ ଡ୍ୟୁଟି ସମୟରେ ପରିଚାରିକା ଏହା ଜାଣିପାରିନଥାନ୍ତି। ତେବେ ସେମାନଙ୍କ ସହକର୍ମୀ ଓ ବେଳେବେଳେ ଭିଡିଓ ବା ଫଟୋ ଉଠାଇଥିବା ଯାତ୍ରୀଙ୍କ ସହୟାତ୍ରୀଙ୍କଠାରୁ ସେମାନେ ଏ ନେଇ ସୂଚନା ପାଉଥିଲେ ବି ଦୁଷ୍ଟପ୍ରକୃତିର ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କୌଣସି ବ୍ୟବସ୍ଥା ନାହିଁ। ଏପରିକି ସେମାନଙ୍କୁ ପଚାରିଲେ ସୋସାଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଛନ୍ତି ବୋଲି ଅନେକ ଏୟାର ହଷ୍ଟେସ ଅଭିଯୋଗ କରିଛନ୍ତି।

ତେବେ କେବଳ ଜାପାନ  ନୁହେଁ ବିଶ୍ୱର ଅନ୍ୟ ଦେଶର ଏୟାରଲାଇନ୍ସରେ ବି ମହିଳା ପିରଚାରିକାଙ୍କ ଏଭଳି ଅଶ୍ଲିଳ ଭିଡିଓ ଏବଂ ଫଟୋର ଅନେକ ଅଭିଯୋଗ ମିଳିଲାଣି। ହେଲେ ପୃଥିବୀରେ କୌଣସି ଦେଶ ଅଥବା ଏୟାରଲାଇନ୍ସ ଏହା ବିରୋଧରେ ଏପର୍ଯ୍ୟନ୍ତ କଟକଣା କରି ନଥିବାରୁ ବିମାନର ମହିଳା କ୍ରିୟୁ ମେମ୍ବର ହିଁ ସର୍ବଦା ଅପଦସ୍ଥ ହେଉଥିଲେ ବି କିଛି କରିବା ପାଇଁ ସେମାନଙ୍କର ଉପାୟ ନାହିଁ। ତେବେ ଏ ନେଇ ଭାରତରେ ଡିଜିସିଏଙ୍କ କଟକଣା ସମ୍ପର୍କରେ ଆସନ୍ତୁ ଜାଣିବା।

ବିଶ୍ୱର ବିଭିନ୍ନ ଦେଶରେ ଏୟାରପୋର୍ଟ ଅଥବା ପ୍ଲେନରେ ଫଟୋ ଉଠାଇବା ନେଇ ଭିନ୍ନ ଭିନ୍ନ କଟକଣା ରହିଛି। ଭାରତରେ ମଧ୍ୟ ଡିଜିସିଏ ବିମାନ ଭିତରେ ଫଟୋ ଉଠାକୁ ନେଇ ବିଭିନ୍ନ ସମୟରେ ମାର୍ଗଦର୍ଶନ ଜାରି କରୁଛନ୍ତି। ଭାରତୀୟ ବିମାନ ବନ୍ଦରର ସାର୍ବଜନିକ ସ୍ଥଳରେ ଫଟୋ ଉଠାଇବା ବା ସେଲ୍ଫି ନେବାରେ ସେଭଳି କୌଣସି କଟକଣା ନାହିଁ। ତେବେ ବିମାନ ବନ୍ଦରର ସେହି ଅଞ୍ଚଳରେ କୌଣସି ପ୍ରକାର ଫଟୋ ଉଠା ଉପରେ ପ୍ରତିବନ୍ଧକ ରହିଛି ଯେଉଁ ଅଞ୍ଚଳ ପ୍ରତିରକ୍ଷା ଲାଗି ଉପଯୋଗ ହେଉଛି। ତେବେ ସାଧାରଣ ଉଡାଣ ବେଳେ ଯାତ୍ରୀଙ୍କୁ ଫଟୋ ବା ଭିଡିଓ ଉତ୍ତୋଳନରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ। ତେବେ ବିମାନକୁ ଯିବା କିମ୍ବା ଆସିବା ସମୟରେ ଗେଟ୍ ଓ ଗ୍ୟାଲେରିର ଫଟୋ ଉଠାରେ କଡା କଟକଣା ରହିଛି। ସେହିପରି ଆପତ୍ତିଜନକ ଫଟୋ ଉଠା ଅଥବା ଏଥିଲାଗି ପ୍ରୟାସ ଭାରତରେ ସଙ୍ଗୀନ ଅପରାଧ ଶ୍ରେଣୀଭୁକ୍ତ। ସେହିଭଳି ଉଡାଣ ବେଳେ ଯାତ୍ରୀଙ୍କ ପାଖରେ ଫଟୋ ଉଠାଇବା ଲାଗି ଅତିରିକ୍ତ ଉପକରଣ ରଖିବା ମନା।  

   Related Posts