Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମଦ ପିଆଇ ନିଶା ଅବସ୍ଥାରେ ଏୟାର ହଷ୍ଟେସଙ୍କ ସହ ଗଣଦୁଷ୍କର୍ମ : ଏୟାରଲାଇନ ସୁରକ୍ଷା ଅଧିକାରୀ ଗିରଫ

6/06/2019 at 12:36 PM

ମୁମ୍ବାଇ ୬/୬ : ଏକ ଜଣାଶୁଣା ଏୟାରଲାଇନର ୨୫ ବର୍ଷ ବୟସ୍କ ଏୟାର ହଷ୍ଟେସଙ୍କ ସହ ସୋମବାର ଦିନ ମୁମ୍ବାଇର ଏକ ଫ୍ଲାଟରେ ଗଣଦୁଷ୍କର୍ମ ହୋଇଛି । ବୁଧବାର ପୋଲିସ ଏହି ମାମଲାରେ ଜଣେ ସହକର୍ମୀଙ୍କୁ ଗିରଫ କରିଛି । ଅଦାଲତ ଉକ୍ତ ସହକର୍ମୀଙ୍କୁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ହେପାଜତକୁ ପଠାଇଛନ୍ତି । ମହିଳାଙ୍କ ଅଭିଯୋଗକ୍ରମେ, ଯେଉଁ ଫ୍ଲାଟରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ସେହି ଫ୍ଲାଟରେ ୩ ଜଣ ରୁହନ୍ତି । ଗଣଦୁଷ୍କର୍ମବେଳେ ଫ୍ଲାଟରେ ଜଣେ ମହିଳା ମଧ୍ୟ ଉପସ୍ଥିତ ଥିଲେ ।

ଅଭିଯୁକ୍ତ ହେଲା ୨୩ ବର୍ଷ ବୟସ୍କ ସ୍ୱପ୍ନିଲ ବଦୋନିୟା । ପୋଲିସ ସ୍ୱପ୍ନିସକୁ ବୁଧବାର ଦିନ ଗିରଫ କରିଥିଲା । ସ୍ୱପ୍ନିସ ସେହି ଏୟାରଲାଇନରେ ସୁରକ୍ଷା ବିଭାଗରେ କାର୍ଯ୍ୟରତ ଥିଲା । ଆଉ ୨ ଜଣ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ କରୁଛି ପୋଲିସ ।

ପୋଲିସ ସୂଚନା ଅନୁଯାୟୀ, ଘଟଣା ସୋମବାର ଦିନ ଘଟିଥିଲା । ପୀଡିତା ଯୁବତୀ ସେଦିନ ହାଇଦ୍ରାବାଦରୁ ମୁମ୍ବାଇ ଆସିଥିଲେ । ସେ ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରୀରୀୟ ବିମାନବନ୍ଦରରେ ସନ୍ଧ୍ୟା ୭ଟାରେ ପହଂଚିଥିଲେ । ବିମାନବନ୍ଦରରେ ସ୍ୱପ୍ନିସ ସହ ତାଙ୍କର ଦେଖା ହୋଇଥିଲା ।

ପୋଲିସ କହିବାନୁଯାୟୀ, ପୀଡିତା ଏବଂ ସ୍ୱପ୍ନିଲ ଗୋଟିଏ କାରରେ ବିମାନବନ୍ଦରରୁ ବାହାରକୁ ଆସିଥିଲେ । ମାଲଦାର ଏକ ଶପିଂ ମଲରେ ସ୍ୱପ୍ନିଲ ଯୁବତୀଙ୍କୁ ଓହ୍ଲାଇଦେଇଥିଲା ଏବଂ ଚାଲିଯାଇଥିଲା । ଏହାପରେ ଯୁବତୀ ଘରକୁ ଯାଇ ନିଜ ଜିନିଷପତ୍ର ରଖିଦେଇ ପୁଣିଥରେ ମଲକୁ ଆସିଥିଲେ । ଅଭିଯୁକ୍ତ ମଲରେ ତାଙ୍କୁ ଅପେକ୍ଷା କରିଥିଲା । ଏହାପରେ ଉଭୟ ମିଶି ବାର ଯାଇଥିଲେ । ବାର ବନ୍ଦ ହେବ ପର୍ଯ୍ୟନ୍ତ ସେମାନେ ସେଠାରେ ମଦ ପିଇଥିଲେ । 

ଅଭିଯୁକ୍ତ କହିବାନୁଯାୟୀ, ପୀଡିତା ଏତେ ମଦ ପିଇଥିଲେ ଯେ, ତାଙ୍କୁ ଘରକୁ ନପଠାଇ ହୋଟେଲକୁ ନେବା ପାଇଁ ସ୍ୱପ୍ନିଲ ଚେଷ୍ଟା କରିଥିଲା । କିନ୍ତୁ ତାଙ୍କ ଅବସ୍ଥା ଦେଖି ତାଙ୍କୁ ହୋଟେଲରେ ଚେକ ଇନ୍ କରିବା ପାଇଁ ଅନୁମତି ମିଳିନଥିଲା । ଏହାପରେ ଅଭିଯୁକ୍ତ ତାଙ୍କୁ ନିଜ ଫ୍ଲାଟକୁ ଯିବା ପାଇଁ କହିଥିଲା । ସେହି ଫ୍ଲାଟରେ ସେ ଅନ୍ୟ ୨ ଜଣଙ୍କ ସହ ରହୁଥୁଲା ।

ଅଭିଯୋଗକାରୀଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ନିଜ ଫ୍ଲାଟକୁ ନେଇଯାଇଥିଲେ । ସେଠାରେ ଆଉ ୨ ଜଣ ଯୁବକ ଓ ଜଣେ ମହିଳା ଉପସ୍ଥିତ ଥିଲେ । ସେଠାରେ ପୀଡିତାଙ୍କ ଅବସ୍ଥାର ଫାଇଦା ଉଠାଇ ସେମାନେ ଜଣେ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ସକାଳ ୧୦ଟାରେ ଉଠି ସେ ଦେଖିଲେ ତାଙ୍କ କାନ୍ଧ ଏବଂ ଆଖିରେ ଆଘାତ ହୋଇଛି । ପୀଡିତା ଏ ସମ୍ପର୍କରେ ସହକର୍ମୀକୁ ପଚାରିବାରୁ ସେ କହିଥିଲେ ସେ ନିଶାସକ୍ତ ଅବସ୍ଥାରେ ଥିଲା ଏବଂ ତାଙ୍କୁ କିଛି ମନେନାହିଁ । ମହିଳାଙ୍କୁ ପଚାରିବାରୁ ସେ କିଛି ଜବାବ ଦେଇନଥିଲେ ।

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ପୀଡିତାଙ୍କ ବାପା ତାଙ୍କୁ ରାତି ସାରା ଫୋନ କରୁଥିଲେ କିନ୍ତୁ କେହି ଫୋନ ରିସିଭ କରିନଥିଲେ । ପୀଡିତାଙ୍କ ଜଣେ ବନ୍ଧୁ ଆସି ତାଙ୍କୁ ଘରକୁ ନେଇଯାଇଥିଲେ । ଘରେ ତାଙ୍କ ବାପା ଆଘାତ ଚିହ୍ନ ଦେଖି ପଚାରିବାରୁ ସେ କହିଥିଲେ ଯେ, ତାଙ୍କ ସହ ଦୁଷ୍କର୍ମ ହୋଇଛି । ପୀଡିତାଙ୍କ ବାପା ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ପୀଡିତା ଡାକ୍ତରଙ୍କୁ ସମସ୍ତ ଘଟଣା କହିଥିଲେ । ଏହାପରେ ପୀଡିତ ଥାନାରେ ମାମଲା ରୁଜ୍ଜୁ କରିଥିଲେ । ପୋଲିସ ଅଭିଯୁକ୍ତକୁ ହେପାଜତରେ ରଖି ପଚରାଉଚୁରା କରିବା ସହ ସମସ୍ତ ଘଟଣାର ତଦନ୍ତ କରୁଛି ।

   Related Posts