ପବନରେ ଚାଲୁଛି ବାଇକ୍, ୪୦ କିଲୋମିଟର ଯିବାକୁ ଖର୍ଚ୍ଚ ହେଉଛି ୫ଟଙ୍କାର ଏୟାର

Published By : Prameya-News7 Bureau | July 01, 2019 IST

ଲକ୍ଷ୍ନୌ: ଦେଶରେ ଏବେ ବେଗବାନ ବାଇକ୍ ବଜାରରେ ପ୍ରତିଯୋଗୀତା ଚାଲିଛି। ଏଥିରେ ପବନରେ ଚାଲୁଥିବା ବାଇକ୍ ପାଲଟିଛି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର। ସବୁ ସ୍କୁଟର ଓ ବାଇକ୍ ପଟ୍ରୋଲରେ ଚାଲୁଥିବା ବେଳେ ଏହି ବାଇକ୍ ଟି କିନ୍ତୁ ଚାଲୁଛି  ପବନରେ । ଟାଙ୍କିରେ ଟାୟାର ପ୍ରେସର ଦୋକାନକୁ ଯାଇ ୫ଟଙ୍କାର  ପବନ ଭରିଲେ ପୁରା ୪୫ କିଲୋମିଟର ଯାଉଛି । ଆଉ ତାହାବି ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ, ଠିକ୍ ପେଟ୍ରୋଲ ଇଞ୍ଜିନ ବାଇକ୍ ଓ ସ୍କୁଟର ପରି। ଆସନ୍ତୁ ଜାଣିବା ଏୟାର ବାଇକ୍ ସମ୍ପର୍କରେ।

{"id":129514}

ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଏହି ଏୟାର ବାଇକ୍ ର ଉଦଭାବନ ହୋଇଛି। ୟୁପି ସରକାରୀ ନିର୍ମାଣ ନିଗମର ପୂର୍ବତନ ଚିଫ୍ ଜେନେରାଲ ମ୍ୟାନେଜର ଅବସ୍ଥାପିତ ଭାରତ ରାଜ ସିଂହଙ୍କୁ  ଏହି ବାଇକର ଆବିଷ୍କାର ନିମନ୍ତେ ପୂର୍ଣ୍ଣ ଶ୍ରେୟ ଦିଆଯାଇପାରେ। ବିଶ୍ୱତାପନ ସାଙ୍ଗକୁ ଖଣିଜ ତୈଳର ବ୍ୟର୍ଥ ବ୍ୟୟ ରୋକିବା ପାଇଁ ଅନେକ ଦିନରୁ ଏଭଳି ବାହନର ଚିନ୍ତା କରୁଥିଲେ ଇଂ. ଭରତରାଜ। ତେବେ ଏକ ଇଂଜିନିୟରିଂ କଲେଜରେ ଆସୋସିଏଟେଡ ଡାଇରେକ୍ଟର ଭାବେ ଯୋଗଦେବା ପରେ ତାଙ୍କ କଳ୍ପନାରେ ଡେଣା ଲାଗିଥିଲା।  କଲେଜର ଉଚ୍ଚମାନର ପ୍ରୟୋଗଶାଳାରେ ସେ ତାଙ୍କର ପ୍ରଥମ ପ୍ରୟୋଗ ଏକ ବାଇକ୍ ରେ କରି ସଫଳ ହୋଇଛନ୍ତି। ବାଇକରେ ଏକ ଆଲ୍ୟୁମିନିୟମ ଏୟାର ଟ୍ୟାଙ୍କ ଲଗାଇ ବେଶ ଦୂର ପର୍ଯ୍ୟନ୍ତ ଚଳାଇବାରେ ସଫଳ ହୋଇଛନ୍ତି।

{"id":129515}

୨୦୧୦ ମସିହାରେ ଇଂ ସିଂହ ତାଙ୍କ ପବନ ଚାଳିତ ବାଇକ୍ କୁରାସ୍ତାରେ ଚଳାଇ ପରୀକ୍ଷା କରି ସଫଳ ହୋଇଥିଲା। ତେବେ ଏଥିରେ ସେ ଲଗାଉଥିବା ଏୟାର ଇଞ୍ଜିନକୁ ଏପର୍ଯ୍ୟନ୍ତ  ରୂପ ପ୍ରଦାନ କରିପାରିନାହାନ୍ତି। ଏଣୁ ଏଭଳି ଇଞ୍ଜିନର ବାଇକ୍ ର ଏପର୍ଯ୍ୟନ୍ତ ବ୍ୟବସାୟିକ ଉତ୍ପାଦନ ହୋଇ ପାରିନାହିଁ। ତେବେ ଖୁ୍ବ୍ ଶୀଘ୍ର ପବନ ଚାଳିତ ବାଇକ୍ ଉତ୍ପାଦନ ହୋଇ ବଜାରକୁ ଆସିବ ବୋଲି ଆଶା କରାଯାଉଛି। ଏଭଳି ବାଇକ୍ ବଜାରରେ ଉପଲବ୍ଧ ହେଲେ ପେଟ୍ରୋଲ ଚାଳିତ ବାଇକ୍ ଉପରେ ନିର୍ଭରତା ହ୍ରାସହେବ। ଫଳରେ ପ୍ରଦୂଷଣ ନିୟନ୍ତ୍ରଣ ହେବା ସହ ଲୋକଙ୍କ ପକେଟ୍ କୁମଧ୍ୟ ସୁହାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.