ଜୁଲାଇ ୧୮ରୁ ଭାରତକୁ ବିମାନ ସେବା ଯୋଗାଇ ଦେବ Air France, ଏହି ସବୁ ସହରକୁ ଚାଲିବ ବିମାନ

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ ୧୬।୭:  ଭାରତକୁ ଜୁଲାଇ ୧୮ ତାରିଖରୁ ଯାତ୍ରୀ ସେବା ଆରମ୍ଭ କରିବ ଏୟାରଫ୍ରାନ୍ସ। କେନ୍ଦ୍ର ବେ ସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁ ଅନେକ ଦେଶ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖିଛନ୍ତି। ତେବେ ଏଥିଲାଗି ଆମେରିକା,  ଜର୍ମାନ ଓ ଫ୍ରାନ୍ସ ସହ ଭାରତ ଆଲୋଚନା କରିଥିବା ବେଳେ ଫ୍ରାନସ ବିମାନ କମ୍ପାନୀ ଏ ଦିଗରେ ପ୍ରଥମ ପଦକ୍ଷେପ ନେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

{"id":301320,"sizeSlug":"large"}

ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତର ୩ଟି ପ୍ରମୁଖ ସହରକୁ ଏୟାର  ଫ୍ରାନ୍ସ ବିମାନ ଯାତ୍ରୀ ସେବା ଯୋଗାଇ ଦେବେ। ଏଥିରେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ଏୟାର ଫ୍ରାନ୍ସ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ପୁରୀ କହିଛନ୍ତି। ଏହି ବିମାନ ସେବା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଆମେରିକାର ୟୁନାଇଟେଡ୍ ଏୟାର ଲାଇନ୍ସ ସହ ଆଲୋଚନା ହୋଇଥିବାର ସେ ସୂଚନା ଦେଇଛନ୍ତି। କଥାବାର୍ତ୍ତା ଅନୁସାରେ ଅମେରିକୀୟ ଏୟାରଲାଇନ୍ସ ଭାରତ ଓ ଆମେରିକା ମଧ୍ୟରେ ୧୭ରୁ ୩୧ ଜୁଲାଇ ମଧ୍ୟରେ ୧୮ଟି ବିମାନ ଚଳାଇବାକୁ ପ୍ରତିଶ୍ରୁତି ଦେଇଛି। 

{"id":301323,"sizeSlug":"large"}

ସେହିପରି ଜର୍ମାନ ସହ ହୋଇଥିବା ଆଲୋଚନା ଅନୁସାରେ ଲୁପଥାନସା ସହ ବୁଝାମଣା ପ୍ରାୟତଃ ହେବାକୁ ଯାଉଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ସ୍ୱଭାବିକ ହେବା ଦେଶରେ ଭୂତାଣୁ ସଂକ୍ରମଣ ଉପରେ ନିର୍ଭର କରେ। ତେବେ ସରକାରଙ୍କ ପ୍ରଟୋକଲ ଅନୁସାରେ ବିଦେଶରୁ ଆସିବାକୁ ଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ବୋଲି ପୁରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.