AN-32 ବିମାନ ଦୁର୍ଘଟଣାରେ ସମସ୍ତେ ମୃତ : ସ୍ପଷ୍ଟ କଲେ ବାୟୁସେନା ସର୍ଚ୍ଚ ଟିମ୍

Published By : Prameya-News7 Bureau | June 13, 2019 IST

ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ । ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବାୟୁସେନା ସ୍ପଷ୍ଟ କରିଛି । ବିମାନ କ୍ରାସରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାୟୁସେନା ଟିମ ।

{"id":122568}

ଜୁନ ୩ ତାରିଖରେ ଆସାମ ଜୋରହାଟରୁ ଉଡାଣ ଆରମ୍ଭ କରିଥିଲା AN-୩୨ ବିମାନ । କିଛି ବାଟ ଗଲାପରେ ବିମାନ ନିଖୋଜ ହୋଇଯାଇଥିଲା । ୯ଦିନ ପରେ ଜୁନ ୧୧ ତାରିଖରେ ଅରୁଣାଚଳ ପ୍ରଦେଶର ଟେଟୋ ଅଞ୍ଚଳରେ ବିମାନର ଭଗ୍ନାବଶେଷ ମିଳିଥିଲା । ଏହାପରେ ବିମାନ ଧ୍ବଂସ ସ୍ଥଳରେ ପହଂଚିବା ପାଇଁ ଚେଷ୍ଟା କରିଥିଲେ ସର୍ଚ୍ଚ ଟିମ । କିନ୍ତୁ ଖରାପ ପାଣିପାଗ ଯୋଗୁଁ ସର୍ଚ୍ଚ ଟିମ ସେଠାରେ ପହଂଚି ପାରିନଥିଲା । ବୁଧବାର ଦିନ ୧୫ ଜଣ ପର୍ବତାରୋହୀଙ୍କୁ ଏମୀ-୧୭ ଏବଂ ଆଡ଼ଭାନ୍ସ ଲାଇଟ ହେଲିକେପ୍ଟର ସାହାଯ୍ୟରେ ଧ୍ବଂସ ସ୍ଥଳ ନିକଟରେ ବାୟୁସେନା ଟିମ ପହଞ୍ଚିଥିଲେ ।

{"id":122569}

ବିମାନରେ ଜିଏମ, ଏଚ ବିନୋଦ, ଆର ଥାପ୍ପା, ଏ ତୱଁର, ଏସ ମହାନ୍ତି, ଏମ କେ ଗର୍ଗ, କେକେ ମିଶ୍ର, ଅନୁପ କୁମାର, ସୋରିନ, ଏସକେ ସିଂହ, ପଙ୍କଜ, ପୁତାଲୀ ଏବଂ ରାଜେଶ କୁମାର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.