ଦେଶସେବାରୁ ଲୋକ ସେବା, ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ବାୟୁସେନାର ପୂର୍ବତନ ଅଧିକାରୀ

Published By : Prameya-News7 Bureau | January 20, 2022 IST

ଭଦ୍ରକ, ୨୦।୦୧: ବାସୁଦେବପୁରରୁ ବିଜେଡି ଜିଲ୍ଲା ପରିଷଦ ପାର୍ଥି ହୋଇଛନ୍ତି ଜୟକୃଷ୍ଣ ନାୟକ । ଜୟକୃଷ୍ଣ ବାୟୁସେନାରେ ଦୀର୍ଘ ଦିନ ସେବା କରିଥିଲେ । ଚାକିରୀରୁ ଅବସର ପରେ ରାଜନୀତିରେ ଯୋଗ ଦେଇଥିଲେ । ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଏଡ଼ତାଳ ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟରତ ମଧ୍ୟ ଥିଲେ ।

ଜୟକୃଷ୍ଣ ୧୯୮୭ରେ ବାୟୁସେନାରୁ ସ୍ବେଚ୍ଛାକୃତ ଅବସର ନେଇ ୧୯୯୨ରେ ରାଜନୀତି ମୈଦାନକୁ ଓଲ୍ହାଇଥିଲେ । ୧୫ ବର୍ଷ ଦେଶ ସେବା କରିଥିଲେ । ଏଥର ସେ ୧୮ ନମ୍ବର ଜୋନ ବାସୁଦେବପୁରରୁ ବିଜେଡି ଜିଲ୍ଲା ପରିଷଦ ପାର୍ଥି ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ଧାରାକୁ ଆଗକୁ ନେବାକୁ ସେ ରାଜନୀତିରେ ପାଦ ଦେଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.