Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ସୁରକ୍ଷା ଦୃଷ୍ଟିରୁ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଟ୍ରାନ୍ସଫର: ବୀର ଚକ୍ର ପାଇଁ ସୁପାରିଶ

20/04/2019 at 7:27 PM

ନୂଆଦିଲ୍ଲୀ ୨୦/୪ : ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରାନ୍ସ୍ଫର କରିଦିଆଯାଇଛି | ତାଙ୍କୁ ବର୍ତ୍ତମାନ କୌଣସି ଏକ ଶାନ୍ତ ଜାଗାକୁ ପଠାଇ ଦିଆଯିବ | ବାୟୁସେନା ସୂତ୍ର ଅନୁଯାୟୀ, ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଟ୍ରାନ୍ସ୍ଫର ଅର୍ଡର ଅଧିକାରୀ ପଠାଇ ସାରିଛନ୍ତି | ତାଙ୍କୁ ବର୍ତ୍ତମାନ ଶ୍ରୀନଗରରେ ନିୟୋଜିତ ନକରି ଶ୍ରୀନଗରରୁ ଅନ୍ୟ କେଉଁ ଜାଗାକୁ ପଠାଯିବ | ତାଙ୍କର ନୂଆ ପୋଷ୍ଟିଙ୍ଗ ପଶ୍ଚିମାଞ୍ଚଳ ସେକ୍ଟରରେ କରାଯାଇଛି ବୋଲି ଶୁଣିବାକୁ ମିଳିଛି |


ଅଭିନନ୍ଦନଙ୍କର ମେଡିକାଲ ଟେଷ୍ଟ କରାଯାଉଥିଲା | ମେଡିକାଲ ଟେଷ୍ଟ ପରେ ତାଙ୍କୁ ଯୁଦ୍ଧ ବିମାନ ଉଡାଇବା ପାଇଁ ଅନୁମତି ଦିଆଯିବ | ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଠାରୁ ଧମକ ମିଳୁଥିଲା | ସେଥିପାଇଁ ତାଙ୍କୁ ଶ୍ରୀନଗରରୁ ଦୂରକୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି |


ସୂଚନାଯୋଗ୍ୟ ଯେ, ଅଭିନନ୍ଦନ ଛୁଟି ଅବକାଶ ଅବଧି ବେଳେ ନିଜର ଚେନ୍ନାଇ ସ୍ଥିତ ଘରକୁ ନଯାଇ ଶ୍ରୀନଗର ସ୍କ୍ୱାଡ୍ରନରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ | ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ବୀର ଚକ୍ର ପାଇଁ ସୁପାରିଶ କରିଛି |

   Related Posts