ଆଜି ବିଦାୟ ନେବ MIG-27, କାରଗିଲ୍ ଯୁଦ୍ଧରେ ଥିଲା ବିଶେଷ ଭୂମିକା

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ ୨୭।୧୨: ଭାରତୀୟ ବାୟୁସେନାରୁ ବିଦାୟ ନେବ ମିଗ୍-୨୭ । ଆଜି ଯୋଧପୁରରୁ ସମ୍ମାନସୂଚକ ଭାବେ ମିଗ୍-୨୭ ଶେଷ ଉଡ଼ାଣ କରିବେ । ଏହାପରେ ସେହି ବିମାନଗୁଡ଼ିକୁ ଅବସର ଦିଆଯିବ।

{"id":203165,"sizeSlug":"large"}

ବାୟୁସେନାରେ ବାହାଦୂର ଭାବେ ଜଣା ମିଗ୍-୨୭, ୧୯୮୦ମସିହାରେ ବାୟୁସେନାରେ ସାମିଲ୍ ହୋଇଥିଲା । ତତକାଳୀନ ସୋଭିଏତ୍ ଋଷଠାରୁ ଏହି ବିମାନଗୁଡ଼ିକୁ କିଣିଥିଲା ଭାରତ । କାରଗିଲ ସମେତ ବିଭିନ୍ନ ଅପରେସନରେ ଭାଗ ନେଇ ଅସରନ୍ତି ପ୍ରଶଂସା ସାଉଣ୍ଟିଛି ମିଗ୍ -୨୭ । ଆକାଶ ମାର୍ଗରୁ ଭୂପୃଷ୍ଠକୁ ମାଡ଼ କରିବାରେ ମିଗ୍-୨୭ ମାହିର ଥିଲା । ସମାନ ଶ୍ରେଣୀର ବିମାନ ମଧ୍ୟରେ ସର୍ବାଧିକ କ୍ଷମତା ସଂପନ୍ନ ସିଙ୍ଗଲ ଇଞ୍ଜିନ ଏଥିରେ ରହିଛି। ଏଥିସହିତ ଏହାର ଭ୍ୟାରିଏବଲ ୱିଙ୍ଗ୍ ମଧ୍ୟ ପାଇଲଟକୁ ମନଇଚ୍ଛା ଟ୍ବିଷ୍ଟ ନେବାକୁ ସାହାଯ୍ୟ କରିଥାଏ ।

{"id":203166,"sizeSlug":"large"}

ଦୀର୍ଘ ଚାରି ଦଶନ୍ଧି ଧରି ଦେଶର ସେବା କରିଥିବା ଏହି ବିମାନ ବାରମ୍ବାର କ୍ରାସ୍ ହେବା ଯୋଗୁଁ ବିବାଦୀୟ ମଧ୍ୟ ହୋଇଥିଲା। ଏବେ ମିଗ୍-୨୭ ଆଉ କୌଣସି ଦେଶ ବ୍ୟବହାର କରୁନାହାନ୍ତି। ଆଜି ମିଗ୍-୨୭ ତାର ଶେଷ ଉଡ଼ାଣ ଯୋଧପୁରରୁ ଭରିବ। ଏଥିପାଇଁ ବାୟୁସେନା ଯୋଧପୁରରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରିଛି ।            

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.