ପ୍ରତିଷ୍ଠା ଦିବସରେ ବାୟୁସେନାରେ ରାଫେଲ୍‌ ସାମିଲ- ବାୟୁସେନା ପ୍ରଦର୍ଶନ କଲା ଶକ୍ତି ଓ ପରାକ୍ରମ

Published By : Prameya-News7 Bureau | October 08, 2019 IST

ଆଜି ଭାରତୀୟ ବାୟୁସେନାର ୮୭ ତମ ପ୍ରତିଷ୍ଠା ଦିବସ । ଗାଜିଆବାଦ ହିଣ୍ଡନ ଏୟାରବେସରେ ବାୟୁସେନା ନିଜର ଶକ୍ତି ଓ ପରାକ୍ରମ ପ୍ରଦର୍ଶନ କରିଛି । ଆକାଶ ମାର୍ଗରେ ମୋଟ ୫୪ଟି ଏୟାରକ୍ରାଫ୍ଟ ଚିତ୍ତାକର୍ଷକ ରଣକୌଶଳ ଦେଖାଇଛନ୍ତି । ସେପଟେ ଫ୍ରାନ୍‌ସରେ ଶସ୍ତ୍ର ପୂଜା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଉ ଉଡ଼ାଇଛନ୍ତି ରାଫେଲ। 

{"id":167668}

ଆଜି ଆକାଶେ କି ରଙ୍ଗ ଲାଗିଲା । ନୀଳ ଆକାଶରେ ଆଖି ଲାଖିଲା ଭଳି ଷ୍ଟଣ୍ଟ । ବାୟୁସେନାର ୮୭ ତମ ପ୍ରତିଷ୍ଠା ଦିବସ ଅବସରରେ ଶକ୍ତି ଓ ପରାକ୍ରମ ଦେଖାଇଛି ଭାରତୀୟ ବାୟୂସେନା । ଆଜି ସକାଳେ ଦିଲ୍ଲୀ ଗାଜିଆବାଦ ହିଣ୍ଡନ ଏୟାର ବେସରେ ବାୟୁସେନା ରଣ କୌଶଳ ପ୍ରଦର୍ଶନ କରିଥିଲା ।

{"id":167669}

ପ୍ରଥମେ ଏୟାର୍ ୱାରିୟର୍ ଡ୍ରିଲ୍ ଟିମ୍ ନିଜ ଜୋସ୍ ଦେଖାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଗୋଟିଏ ପରେ ଗୋଟିଏ ଚମତ୍କାର ଏୟାର ସୋ' । ଆକାଶ ମାର୍ଗରେ ମିଗ- ବାଇସନ, ସୁଖୋଇ, ଆପାଚି, ମିରାଜ, ଚିନୁକ୍ ଭଳି ମୋଟ ୫୪ଟି ଏୟାର କ୍ରାଫ୍ଟ ଶକ୍ତି ପଦର୍ଶନ କରିଛନ୍ତି । ଯେଉଁଥିରେ ୧୯ଟି ଫାଇଟର ବିମାନ, ୭ଟି ଟ୍ରାନ୍ସପୋର୍ଟ ଏୟାର କ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ସାମିଲ ହୋଇଥିଲେ । ଏଥର ପ୍ରଥମଥର ପାଇଁ ସାମିଲ୍ ହୋଇଥିଲେ ଯୁଦ୍ଧ ହେଲିକପ୍ଟର ଅପାଚି, ଚିନୁକ୍ ଏବଂ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ ।

{"id":167670,"width":570,"height":330}

ଏୟାର ସୋ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଆର.କେ ଭଦୋରିଆ, ସ୍ଥଳସେନା ମୁଖ୍ୟ ବିପିନ ରାୱତ, ନୌସେନା ମୁଖ୍ୟ କରମବୀର ସିଂ ପ୍ରମଖ ଉପସ୍ଥିତ ଥିଲେ । ୮୭ ତମ ବାୟୁ ସେନା ଦିବସ ଅବସରରେ ବୀର ଅଭିନନ୍ଦନ  ଓ  ତାଙ୍କର ୫୧ ସ୍କ୍ୱାଡ୍ରନକୁ ସମ୍ମାନିତ କରାଯାଇଛି । ସେ ବି ମିଗ୍ ବାଇସନ ମଧ୍ୟ ଉଡାଇଥିଲେ । ବାଲାକୋଟ ଏୟାରଷ୍ଟ୍ରାଇକରେ ସାମିଲ ଥିବା ସମସ୍ତ ପାଇଲଟ ମଧ୍ୟ ଉଡାଣରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଦେଶ ପାଇଁ ବାୟୁସେନାର ଉତ୍ସର୍ଗୀକୃତ ସେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।  

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଫ୍ରାନସର ରାଫେଲ ବିମାନରେ ଚଢ଼ି ଭାରତର ପରାକ୍ରମ ଦେଖାଇଛନ୍ତି।  ଆଜି ବିଜୟା ଦଶମୀ ଅବସରରେ ରାଜନାଥ ସିଂହ ସେଠାରେ ରାଫେଲ ସହ  ଶସ୍ତ୍ର ପୂଜା କରିଛନ୍ତି।  ଭାରତକୁ ମିଳିଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ ।  ଏହି ସିରିଜରେ ରାଫେଲ ହିଁ ସବୁଠାରୁ ଆଧୁନିକ ବୋଲି କୁହାଯାଏ। ଯାହାକି ଆକାଶମାର୍ଗରେ ଭାରତର ଶକ୍ତି ବୃଦ୍ଧି କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.