ଏୟାର ମାର୍ଶଲ ଭି.ଆର.ଚୌଧୁରୀ ହେଲେ ପଶ୍ଚିମ ବାୟୁସେନା କମାଣ୍ଡ ମୁଖ୍ୟ

Published By : Prameya-News7 Bureau | August 01, 2020 IST

ନୂଆଦିଲ୍ଲୀ ୧।୮: ବାୟୁସେନା ପଶ୍ଚିମ କମାଣ୍ଡ ମୁଖ୍ୟଭାବେ ଏୟାର ଚିଫ୍ ମାର୍ଶଲ ଭି.ଆର.ଚୌଧୁରୀ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ଏୟାର ମାର୍ଶଲ ବି.ସୁରେଶଙ୍କ ଠାରୁ ସେ ଦାୟିତ୍ୱଗ୍ରହଣ କରିଛନ୍ତି। ସୁରେଶ ୩୧ ଜୁଲାଇରେ ପଦବୀରୁ ଅବସର ଗ୍ରହଣ କରିଛନ୍ତି। ଏବେ ତାଙ୍କ ସ୍ଥାନରେ ଚୌଧୁରୀ ଦାୟିତ୍ୱ ସମ୍ଭାଳିଛନ୍ତି।

ଏୟାରମାର୍ଶଲ ଚୌଧୁରୀ ଜାନୁୟାରୀ ୨୦୦୪ରେ ବାୟୁସେନା ପଦକ ଓ ଜାନୁୟାରୀ ୨୦୧୫ରେ ଅତି ବିଶିଷ୍ଟ ସେବା ପଦକରେ ସମ୍ମାନୀତ ହୋଇଥିଲେ। ଫାଇଟର ଜେଟ୍ ପାଇଲଟ ଭାବେ ଚୌଧୁରୀ ୨୯ ଡିସେମ୍ବର ୧୯୮୨ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଦୀର୍ଘ ୩୮ ବର୍ଷର କ୍ୟାରିୟରରେ ସେ ବିଭିନ୍ନ ପ୍ରକାରର ଯୁଦ୍ଧ ଓ ପ୍ରଶିକ୍ଷଣ ବିମାନ ଚାଳନାରେ ତାଙ୍କର ୩୮ ହଜାର ଘଣ୍ଟାର ଗଭୀର ଅଭିଜ୍ଞତା ରହିଛି।

ସେ ତାଙ୍କ ଚାକିରୀ କାଳରେ ମିଗ-୨୧, ମିଗ୍-୨୩ ଏମଏଫ୍, ମିଗ୍ ୨୯ ଓ ସୁଖୋଇ ୩୦ ଆଦି ବିମାନର ଉଡାଣ କରିଛନ୍ତି। ଦୀର୍ଘ କ୍ୟାରିୟରରେ ଚୌଧୁରୀ ଆସିଷ୍ଟାଣ୍ଟ ଚିଫ୍ ଅଫ ଏୟାର ଷ୍ଟାଫ ଅପରେସନ, ଆସିଷ୍ଟାଣ୍ଟ ଚିଫ୍ ଅଫ ଏୟାରଷ୍ଟାଫ ଆଦି ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.