Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଦେଶକୁ ପହଞ୍ଚିବା ମାତ୍ରେ ମୋର୍ଚ୍ଚା ସମ୍ଭାଳିବ ରାଫେଲ ! ରଣନୀତି ପ୍ରସ୍ତୁତ କରୁଛି ବାୟୁସେନା

19/07/2020 at 5:00 PM

ନୂଆଦିଲ୍ଲୀ ୧୯।୦୭: ଚୀନ ସହ ବଢୁଥିବା ବିବାଦ ମଧ୍ୟରେ ଏୟାର ଚିଫ ମାର୍ଶାଲ ଆରକେ ଏସ ଭଦୋରିଆ ଟପ୍‌ ଏୟାରଫୋର୍ସ କମାଣ୍ଡରଙ୍କ ସହିତ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି। ଦୁଇ ଦିନ ହେବାକୁ ଥିବା ଏହି ବୈଠକରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ସାଂପ୍ରତିକ ସ୍ଥିତିର ସମୀକ୍ଷା କରାଯିବ।

ବୈଠକରେ ଜୁଲାଇ ଶେଷ ସୁଦ୍ଧା ଦେଶକୁ ଆସୁଥିବା ରାଫେଲ ବିମାନକୁ ବାୟୁସେନାର ଅପରେସନରେ ସାମିଲ କରିବା ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା ହେବ। ଏ ପର୍ଯ୍ୟନ୍ତ ଦୁନିଆରେ ଆଧୁନିକ ଲଢୁଆ ବିମାନ ମଧ୍ୟରୁ ଏକ ରାଫେଲ ବାୟୁସେନାରେ ସାମିଲ ହେଲେ ଭାରତୀୟ ବାୟୁସେନା ପଡୋଶୀ ଦେଶ ମୁକାବିଲାରେ ବହୁତ ସଶସ୍ତ ହୋଇଯିବ। ଏହା ବ୍ୟତୀତ ଏହାର ଉପସ୍ଥିତିରେ ଦକ୍ଷିଣ ଏସିଆରେ ଶତ୍ରୁ ଦେଶ ଉପରେ ମନୋବୈଜ୍ଞାନିକ ପ୍ରଭାବ ମଧ୍ୟ ପଡିବ।

ସୁଖୋଇ-୩୦ ଓ ମିରାଜ-୨୦୦୦ ସହିତ ରାଫେଲର ମୁତୟନ ନେଇ ହେବ ବିଚାର

ରାଫେଲ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଚତୁର୍ଥ ପିଢିର ଲଢୁଆ ବିମାନ। ବାୟୁସେନା ଦେଶର ଉତ୍ତର ସୀମାରେ ସୁଖୋଇ-୩୦ ଓ ମିରାଜ-୨୦୦୦ ସହି ରାଫେଲକୁ ମଧ୍ୟ ମୁତୟନ କରିବା ଉପରେ ବିଚାର କରୁଛି। ରାଫେଲ ସେନାରେ ସାମିଲ  ହେଲେ ଭାରତର ମାରକ କ୍ଷମତା ବୃଦ୍ଧି ପାଇବ।

ଏହି ବୈଠକରେ ଭାରତ ସହିତ ଲାଗିଥିବା ଚୀନ ସୀମାରେ ଚୀନର ଗତିବିଧି  ଉପରେ ମଧ୍ୟ ସମୀକ୍ଷା କରାଯିବ।  ରିପୋର୍ଟ ଅନୁଯାୟୀ, ଦୁଇ ଦିନିଆ ଏହି ବୈଠକ ଜୁଲାଇ ୨୨ରେ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ବାୟୁସେନା ଆଧୁନିକ ଲଢୁଆ ବିମାନର ପୂରା ୟୁନିଟ୍‌କକୁ ଅଗ୍ରଣୀ ପୋଷ୍ଟରେ ମୁତୟନ କରିଛି। ଏହି ବିମାନ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଦିନ ଓ ରାତିରେ ଅପରେସନ ଚଳାଇଛନ୍ତି। ପୂର୍ବ ଲଦାଖର ଏଲଏସି ନିକଟରେ ଆପାଚେ ହେଲିକପ୍ଟରକୁ ମଧ୍ୟ ମୁତୟନ କରାଯାଇଛି।

   Related Posts