ପାକିସ୍ତାନର ବାଲାକୋଟ ଉପରେ ଭାରତୀୟ ବାୟୁସେନା କିପରି କରିଥିଲେ ଏୟାରଷ୍ଟ୍ରାଇକ,ଦେଖନ୍ତୁ ଭିଡିଓ…

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ୪|୧୦: ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଭାରତୀୟ ଯବାନ  ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଜବାବରେ  ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ବାଲାକୋଟ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲେ। ପାକିସ୍ତାନର ବାଲାକୋଟର ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଆଡ୍ଡା ଉପରେ ବାୟୁସେନା ଏୟାରଷ୍ଟ୍ରାଇକ କରି ଧ୍ବଂସ କରି ଦେଇଥିଲେ। ଏବେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ଆକ୍ରମଣର ଏକ ଭିଡିଓ ସାତ ମାସ ପରେ ପୋଷ୍ଟ କରାଯାଇଛି।

 ଆଗକୁ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ରହିଥିବାରୁ ବାୟୁସେନାର ଦକ୍ଷତା ସଂପର୍କରେ ଆଲୋଚନା କରାଯାଇଛି। ଏହି ଅବସରରେ ଆଜି ବାୟୁସେନାର ନବ ନିଯୁକ୍ତ ମୁଖ୍ୟ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ଭଦୈାରିଆ ପ୍ରେସ କନଫରେନସ କରି ବାଲାକୋଟ ଆକ୍ରମଣର ଭିଡିଓକୁ ପୋଷ୍ଟ କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1180014326805073920","type":"rich","providerNameSlug":"twitter","className":""}
https://twitter.com/ANI/status/1180014326805073920
/wp:core-embed/twitter

ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ସ୍ଥିତ ଆତଙ୍କବାଦୀ କେନ୍ଦ୍ର ବାଲାକୋଟକୁ ଆକାଶ ମାର୍ଗରୁ ଟାର୍ଗେଟ କରି ଧ୍ୱଂସ କରିଦେଇଥିଲା। ଏହାପରେ ପାକିସ୍ତାନ ୨୭ ତାରିଖ ଦିନ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲା।

 ହେଲେ ଭାରତୀୟ ଯବାନଙ୍କ ଆକ୍ରମଣାତ୍ମକ ସ୍ଥିତି ଦେଖି ଆତଙ୍କବାଦୀ ମାନେ ଦୌଡ଼ି ପଳାଇଥିଲେ ବୋଲି ଭିଡିଓରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪୫ ଜଣ ଯବାନ ସହିଦ ହୋଇଥିଲେ। ଭାରତୀୟ ବାୟୁ ସେନା ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ୍ କରି ଫେରି ଆସିଥିଲା।

 ଏହାପରେ ପାକିସ୍ତାନର ସେନା ଅଧିକାରୀ ହିଁ ପ୍ରଥମେ ଟୁଇଟ କରି ସୂଚନା ଦେଇଥିଲେ। ଏହାପରେ ଭାରତ ଏୟାର ଷ୍ଟ୍ରାଇକ୍ ବାବଦରେ ସ୍ପଷ୍ଚ କରିଥିଲା। ପାକିସ୍ତାନ କିନ୍ତୁ ଏୟାର ଷ୍ଟ୍ରାଇକ ହୋଇଥିବା ନେଇ ଏହାପରେ ମାନିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.