Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବାୟୁସେନା ମୁଖ୍ୟଙ୍କ ଚୀନକୁ ଚେତାବନୀ – ବ୍ୟର୍ଥ ହେବନାହିଁ ଭାରତୀୟ ଯବାନଙ୍କ ବଳିଦାନ

20/06/2020 at 10:53 AM

ନୂଆଦିଲ୍ଲୀ ୨୦/୦୬ : ଲଦାଖର ପୂର୍ବାଞ୍ଚଳ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି | ଶହୀଦ ଯବାନଙ୍କୁ ମନେପକାଇ ବାୟୁସେନା ମୁଖ୍ୟ ଆର.କେ.ଏସ.ଭଦୌରିୟା ଚୀନକୁ ଚେତାବନୀ ଦେଇଛନ୍ତି | ଏୟାର ଚିଫ ମାର୍ଶଲ ଚୀନକୁ ଚେତାବନୀ ଦେଇ କହିଛନ୍ତି ଯେ, ଶହୀଦ ଯବାନଙ୍କ ବଳିଦାନ ବେକାର ଯିବନି |

ଏୟାର ଚିଫ ମାର୍ଶଲ ଆର.କେ.ଏସ.ଭଦୌରିୟା କହିଛନ୍ତି ଯେ, LAC ରେ ସ୍ଥିତି ସମ୍ଭାଳିବାକୁ ସେ ସମ୍ପୂର୍ଣ ପ୍ରସ୍ତୁତ | ସେ ଶାନ୍ତିରେ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି | କିନ୍ତୁ ସେ ଚୀନକୁ ଏହା ମଧ୍ୟ କହିଦେବାକୁ ଚାହୁଁଛନ୍ତି ଯେ ଯେକୌଣସି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ ପ୍ରସ୍ତୁତ | ସେ କହିଛନ୍ତି ଯେ ଗଲୱାନ ଘାଟିରେ ବାହାଦୂର ଯବାନଙ୍କ ବଳିଦାନକୁ ସେ କେବେ ହେଲେ ବ୍ୟର୍ଥ ହେବାକୁ ଦେବେନାହିଁ |

ସୂଚନାଯୋଗ୍ୟ ଯେ, ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଅସନ୍ତୋଷ ମଧ୍ୟରେ ଚୀନକୁ ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ ପ୍ରସ୍ତୁତ | ବାୟୁସେନା ମଧ୍ୟ ଲେହ-ଲଦାଖରେ ଗତିବିଧି ବଢ଼ାଇଦେଇଛି | ବାୟୁସେନା ପ୍ରସ୍ତୁତି ତଦାରଖ କରିବା ପାଇଁ ଏୟାର ଚିଫ ମାର୍ଶଲ ଦୁଇ ଦିନରେ ଲେହ ଓ ଶ୍ରୀନଗର ଗସ୍ତ କରିଛନ୍ତି | ବାୟାସେନା ମୁଖ୍ୟ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି | ବାୟୁସେନା ସମ୍ପୂର୍ଣ ଆଲର୍ଟ ହୋଇ ରହିଛି |

ଭାରତୀୟ ବାୟୁସେନା ଚୀନକୁ ଜବାବ ଦେବା ପାଇଁ ଯୁଦ୍ଧ ବିମାନ ଓ ଅନ୍ୟ ସାଜସଜ୍ଜା ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଫରୱାର୍ଡ ବେଶ ଏବଂ ଏୟାରଫିଲ୍ଡ ନିୟୋଜିତ କରିବା ଆରମ୍ଭ କରିଛନ୍ତି | ବାୟୁସେନା ମୁଖ୍ୟ ଆର.କେ.ଏସ.ଭଦୌରିୟା ଲେହ ଏବଂ ଶ୍ରୀନଗର ଏୟାରବେଶ ମଧ୍ୟ ଗସ୍ତ କରି ସ୍ଥିତି ତଦାରଖ କରିଛନ୍ତି | 

   Related Posts