ଏମଆଇ-୧୭ ଚୋପର କ୍ରାସନେଇ ମୁହଁ ଖୋଲିଲେ ନୂଆ ବାୟୁସେନା ମୁଖ୍ୟ, କହିଲେ ଫେବୃଆରୀ ୨୭ରେ ଏହା ଥିଲା ଆମର ସବୁଠାରୁ ବଡ ଭୁଲ

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ ଶ୍ରୀନଗରରେ ଗତ ଫେବୃଆରୀ ୨୭ ତାରିଖ ଦିନ ହୋଇଥିବା ଏମଆଇ-୧୭ ଚୋପର କ୍ରାସ ସମ୍ପର୍କରେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣାର କୋର୍ଟ ଅଫ ଇନକ୍ୱାରୀ ଶେଷ ହୋଇଥିବା ଭଦୋରିଆ କହିଥିବା ବେଳେ ଆମ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କହିଛନ୍ତି। ଭଦୋରିଆ କହିଥିଲେ ଯେ ଆମ ନିଜ କ୍ଷପଣାସ୍ତ୍ର ମାଡରେ ଏହି ଚୋପରଟି ଖସିପଡିଥିଲା। ଏଥିଲାଗି ଆମର ୨ ଜଣ ଅଫିସରଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ହେବ।

{"id":166212}

ଏହା ଆମର ସବୁଠାରୁ ବଡ ଭୁଲ ଥିଲା, ତେବେ ଏପରି ଭୁଲ ଯେପରି ଭବିଷ୍ୟତରେ ନ ହୁଏ ସେଥିଲାଗି ଆମେ ଦୃଷ୍ଟି ଦେବୁ ବୋଲି ଭଦୋରିଆ କହିଛନ୍ତି। ସୂଚନା ଯୋଗ୍ୟଯେ ବାଲାକୋଟ ଏୟାରଷ୍ଟ୍ରାଇକ ପର ଦିନ ବାୟୁସେନାର ଏମଆଇ-୧୭ ହେଲିକପ୍ଟରଟି ଶ୍ରୀନଗରରେ ପାଟ୍ରୋଲିଂ କରୁଥିଲା। ତେବେ ଭୁଲ ବସତଃ ଚୋପର ଉପରକୁ କ୍ଷପଣାସ୍ତ୍ର ଆକ୍ରମଣ କରାଯାଇଥିଲା। କୋର୍ଟ ଅଫ ଇନକ୍ୱାରୀ ବେଳେ ଆମ ଦେଶର ସ୍ପାଇଡର ଏୟାର ଡିଫେନ୍ସ ସିଷ୍ଟମରୁ ହେଲିକପ୍ଟର ଉପରକୁ କ୍ଷପଣାସ୍ତ୍ର ମାଡ କରାଯାଇଥିବା ପ୍ରମାଣିତ ହୋଇଛି। ୧୦ ମିନିଟ୍ ପୂର୍ବରୁ ହେଲିକପ୍ଟରଟି ଶ୍ରୀନଗର ବାୟୁସେନା ଘାଟିରୁ ଉଡାଣ କରିଥିବା ବେଳେ ସେଥିରେ ସେନାର ୭ ଜଣ କର୍ମଚାରୀ ଥିଲେ।

{"id":166215}

କ୍ଷପଣାସ୍ତ୍ର ମାଡରେ ହେଲିକପ୍ଟରିଟି ଧ୍ୱଂସ୍ତ ହୋଇଥିବା ବେଳେ ସେଥିରେ ଯାତ୍ରା କରୁଥିବା ଚାଳକଦଳ ସଦସ୍ୟଙ୍କ ସମେତ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ତେବେ ଭାରତୀୟ ବାୟୁସେନା ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଭଦୋରିଆ କହିଥିବା ବେଳେ ରାଫେଲ ଓ ଏସ-୪୦୦ ବାୟୁ ସୁରକ୍ଷା ସିଷ୍ଟମର କ୍ରୟ ବାୟୁସେନାର ପରିଚାଳନା କ୍ଷମତାକୁ ଅଧିକ ସମୃଦ୍ଧ କରିବ ବୋଲି କହିଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ରାକେଶ କୁମାର ସିଂହ ଭଦୋରିଆ ଭାରାତୀୟ ବାୟୁସେନାର ନୂଆ ମୁଖ୍ୟଭାବେ  ଦାୟିତ୍ୱ ଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.