Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଏୟାର ବବଲ ପ୍ୟାକେଟ୍‌ରେ ବାଂଲାଦେଶକୁ ଉଡିଲା ବିମାନ, ସପ୍ତାହକୁ ହେବ ୨୮ ଉଡାଣ

21/10/2020 at 10:07 PM

ମୁମ୍ବାଇ ୨୧।୧୦:  ଏୟାର ବବଲ ପ୍ୟାକେଟ୍‌ରେ କେନ୍ଦ୍ର ସରକର ବାଂଲାଦେଶକୁ ବିମାନ ଉଡାଣ ଲାଗି ଅନୁମତି ଦେଇଛନ୍ତି। ଏହା ସହ ବୁଧବାର ଭାରତରୁ ବିଦେଶକୁ ବିମାନ ଉଡାଣ ପ୍ରାରମ୍ଭ ହୋଇଛି। ଏୟାର ବବଲ ପ୍ୟାକେଟ୍ ଏ ଦ୍ୱିପାକ୍ଷୀୟ ସ୍ୱତନ୍ତ୍ର ଉଡାଣ ବୁଝାମଣା। କୋଭିଡ-୧୯ ସଂକଟରେ ସାରା ବିଶ୍ୱରେ ଦେଶମାନେ ନିଜନିଜ ମଧ୍ୟରେ ବିମାନ ଉଡାଣ ଲାଗି ଏପରି ବୁଝାମଣା କରୁଛନ୍ତି। ଏହି କ୍ରମରେ ଭାରତ ନିକଟତମ ପଡୋଶୀ ବାଂଲାଦେଶ ସହ ରାଜିନାମା କରିଛି।

୨୫ ମାର୍ଚ୍ଚ କରୋନା ଲକଡାଉନ୍‌ ପୂର୍ବରୁ ଭାରତ ଅନ୍ତର୍ଜାତୀୟ ଉଡାଣ ବାତିଲ କରିଥିଲା। ସେବେଠାରୁ ବିଦେଶକୁ ଯାତ୍ରୀ ବିମାନ ସେବା ବନ୍ଦ ରହିଛି। ତେବେ ଏୟାର ବବଲ ପ୍ୟାକେଟ୍‌ରେ ବାଂଲାଦେଶ ସହ ଭାରତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିଛି। ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚୀତ କରିଛନ୍ତି। ଏଥିରେ ଉଭୟ ଦେଶ ମଧ୍ୟରେ ସପ୍ତାହକୁ ଅନ୍ତତଃ ୨୮ଟି ଉଡାଣ ହେବ ବୋଲି ପୁରୀ ସୂଚିତ କରିଛନ୍ତି।

କେବଳ ବାଂଲାଦେଶ ନୁହେଁ ଭାରତ ଏହିପରି ଅନ୍ୟ ୧୭ଟି ଦେଶଙ୍କ ସହ ମଧ୍ୟ ରାଜିନାମା କରିଛି। ଏଥିରେ ଆଫଗାନିସ୍ତାନ, ବାହାରିନ, ଓମାନ, କାନାଡା, ଫ୍ରାନସ, ଜର୍ମାନୀ, ଇରାକ, ଜାପାନ, ମାଲଦ୍ୱୀପ, ନାଇଜେରିଆ, କ୍ୱାତାର,ୟୁଏଇ, କେନିଆ, ୟୁକ୍ରେନ, ଭୁଟ୍ଟାନ, ବ୍ରିଟେନ ଓ ଆମେରିକା ସହ ମଧ୍ୟ ରାଜିନାମା ହୋଇଥିବା ପୁରୀ କହିଛନ୍ତି।  

   Related Posts