ରାଞ୍ଚି ବିମାନବନ୍ଦରରେ ଉଡାଣ ପୂର୍ବରୁ ଏୟାର ଏସିଆ ବିମାନ ସହ ଧକ୍କା ହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଗଲେ ୧୭୬ ଯାତ୍ରୀ

Published By : Prameya-News7 Bureau | August 08, 2020 IST

ରାଞ୍ଚି ୦୮/୦୮ : କୋଝିକୋଡ଼ ବିମାନ ଦୁର୍ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ରାଞ୍ଚି ବିମାନବନ୍ଦରରେ ଆଉ ଏକ ଦୁର୍ଘଟଣା ହେବ ପୂର୍ବରୁ ଟଳି ଯାଇଛି | ମୁମ୍ବାଇ ପାଇଁ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ବାର୍ଡ଼ ହିଟିଙ୍ଗର ଶିକାର ହୋଇଥିଲା | ଫଳରେ ବିମାନବନ୍ଦରରେ ହଇଚଇ ଖେଳି ଯାଇଥିଲା | ପକ୍ଷୀ ବିମାନ ସହ ଧକ୍କା ହେବାପରେ ପାଇଲଟ ଏମର୍ଜେନ୍ସି ବ୍ରେକ ଲଗାଇ ବିମାନକୁ ପୁଣି ବିମାନବନ୍ଦରକୁ ନେଇଆସିଥିଲେ | ବିମାନରେ ମୋଟ ୧୭୬ ଯାତ୍ରୀ ଥିଲେ | ଯାତ୍ରୀ ବିମାନ ଠିକ ହେବା କିମ୍ବା ଏୟାର ଏସିଆ ଦ୍ୱାରା ବିକଳ୍ପ ବ୍ୟବସ୍ଥା କରିବା ଯାଏଁ ବିମାନବନ୍ଦରରେ ଅପେକ୍ଷା କରିଛନ୍ତି |

ଘଟଣା ପରେ ବିମାନରେ ଯାହା ଯାନ୍ତ୍ରିକ ତ୍ରୁଟି ହୋଇଥିଲା ତାକୁ ଦୂର କରିବାକୁ ଚେଷ୍ଟା କରାଯାଉଛି | ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ରାଞ୍ଚି ବିମାନବନ୍ଦରରେ ବିମାନ ସହ ପକ୍ଷୀ ଧକ୍କା ହେବା ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି | ବାର୍ଡ଼ ହିଟିଙ୍ଗ ରୋକିବା ପାଇଁ ପ୍ରତି ୧୦ ସେକେଣ୍ଡରେ ଫାୟାର କରିବାକୁ ବ୍ୟବସ୍ଥା କରିଛନ୍ତି | ସୁରକ୍ଷା ପାଇଁ ଅପରେସନ ଏରିଆରେ ବୋର୍ଡ ଚେଜର ଡିଭାଇସ ମଧ୍ୟ ଲଗାଯାଇଛି | ବର୍ଷା ସମୟରେ ବିମାନବନ୍ଦର ପରିସରରେ ନାନା ପକ୍ଷୀ ଓ କୀଟପତଙ୍ଗ ବୁଲୁଥାନ୍ତି |

ପକ୍ଷୀଙ୍କ ଯୋଗୁଁ ବିପଦକୁ ଦୃଷ୍ଟିରେ ରଖି ଏଟିସି ବିଭାଗ ଆଲର୍ଟ ଅଛନ୍ତି | ସକାଳ ୬ଟା ରୁ ସନ୍ଧ୍ୟା ୭ଟା ଯାଏଁ ଦୁଇଟି ସିଫ୍ଟରେ ଅନେକ ଲୋକଙ୍କ ଟିମ ଅପରେସନ ଏରିଆରେ ପକ୍ଷୀଙ୍କୁ ଘଉଡାଇବା କାମ କରୁଛନ୍ତି | କିନ୍ତୁ ଏହିସବୁ ସତ୍ତ୍ୱେ ସମୟ ସମୟରେ ବାର୍ଡ଼ ହିଟିଙ୍ଗ ଘଟଣା ଘଟିଥାଏ | ଏହା ଅତ୍ୟନ୍ତ ଚିନ୍ତାଜନକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.