ଗୋଟିଏ ଦିନ ବିଳମ୍ବରେ ଚାର୍ଜସିଟ୍‌ ଦାଖଲ ପାଇଁ ଜାମିନ ପାଇଲା ଅପରାଧୀ, ଅଇଁଠାପାଲ୍ଲୀ ଥାନା ଏସ୍‌ଆଇ ସସ୍‌ପେଣ୍ଡ

Published By : Prameya-News7 Bureau | February 08, 2020 IST

ସମ୍ବଲପୁର ୮।୨: ଜଣେ ଅପରାଧିକୁ ଜାମିନ ମିଳିବା ଯୋଗୁଁ ଅଇଁଠାପାଲି ଥାନାର ଜଣେ ଏସଆଇ ଯୁଗଳ କିଶୋର ସାଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି । ଏକ ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ଅପରାଧୀକୁ ଜାମିନ୍ ମିଳିଥିଲା ।

{"id":221710,"sizeSlug":"large"}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବୁଢାରଜାରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଭଡା ରହୁଥିବା ସୌରଭ ନାମକ ଜଣେ ବ୍ୟକ୍ତି ତଣ୍ଟି ଚିପିବା ସହ ଛୁରି ଭୁଷି ହତ୍ୟା କରିଥିଲା । ଯାହାର ତଦନ୍ତ ଭାର ଏସଆଇ ଯୁଗଳ କିଶୋରଙ୍କୁ ଦିଆଯାଇଥିଲା । ଯୁଗଳ ଏହି ମାମଲାର ତଦନ୍ତ ୧୨୦ ଦିନ ମଧ୍ୟରେ କରି ଚାର୍ଜସିଟ୍ ଦେବା କଥା । ହେଲେ ଯୁଗଳ ତାହା କରିପାରି ନଥିଲେ ।

{"id":221713,"sizeSlug":"large"}

ଯୁଗଳ ଏହି ମାମଲାର ଚାର୍ଜସିଟ୍ ୧୨୧ ଦିନ ମଧ୍ୟରେ ଦେଇଥିଲେ । ଯାହାଫଳରେ ଅପରାଧୀ କୋର୍ଟରୁ ଜାମିନ୍ ପାଇବାରେ ସକ୍ଷମ ହୋଇଥିଲେ । ଯାହାକୁ ନେଇ ସମ୍ବଲପୁର ଏସପି ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ଏସଆଇ ଯୁଗଳ କିଶୋରଙ୍କୁ ନିଲମ୍ବିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.