Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭାରତରେ ହୋଇ ସାରିଛି ଗୋଷ୍ଠୀ ସଂକ୍ରମଣ, ଆସିପାରେ କରୋନା ଦ୍ୱିତୀୟ ଲହର!

21/09/2020 at 9:22 PM

ନୂଆଦିଲ୍ଲୀ ୨୧।୯: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରକୁ ନେଇ ଆମେରିକା ଭଳି ଦେଶ ମଧ୍ୟ ଏବେ ଭୟଭୀତ। ଭାରତୀୟ ଚିକିତ୍ସା ବିଶେଷଜ୍ଞ ମଧ୍ୟ ଏବେ ଖୁବ୍ ଚିନ୍ତିତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ପରିସ୍ଥିତି ନେଇ ଆଲୋଚନା କରିପାରନ୍ତି। ଏହି କ୍ରମରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ବରିଷ୍ଠ ଡାକ୍ତର ଆନନ୍ଦ କୃଷ୍ଣନ୍ ଦେଶବାସୀଙ୍କୁ ଅଧିକ ସତର୍କ ରହିବା ଲାଗି ପରାରମର୍ଶ ଦେଇଛନ୍ତି।

ଡା. ଆନନ୍ଦ କୃଷ୍ଣନଙ୍କ ଅନୁସାରେ ଦେଶକୁ କରୋନା ଭାଇରସ ମହାମାରୀ ଆସିବା ପରେ ଲୋକେ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଥିଲେ। ଏହା ସତ୍ତ୍ୱେ ଦେଶରେ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇଯାଇଛି। ନିକଟରେ ଦେଶରେ ହାର୍ଡ ଇମ୍ୟୁନିଟି ଯାଞ୍ଚ ଲାଗି ବ୍ୟାପକ ପରୀକ୍ଷଣ କରାଯାଇଥିଲା। ଏଥିରୁ ୪୦ରୁ ୫୦ ପ୍ରତିଶତ ଜନସଂଖ୍ୟା ହାର୍ଡ ଇମ୍ୟୁନିଟି ହାସଲ କରିଥିବା ଜଣାପଡିଥିଲା। ଏଣୁ ପ୍ରଥମ ଲହର ପରେ ସଂକ୍ରମଣ ହ୍ରାସ ପାଇବ ବୋଲି ଆଶଙ୍କା କରାଯିବା ସହ ସରକାର ନିୟମ କୋହଳ କରିଥିଲେ।

ନିୟମ କୋହଳ ହେବା ପରେ ଲୋକେ ପୂର୍ବ ଭଳି ପୁଣି ଥରେ ସ୍ୱଭାବିକ ଜୀବନକୁ ଫେରିଥିଲେ। ହେଲେ ଭୂତାଣୁ ସମାପ୍ତ ହୋଇ ନଥିଲା। ଏଣୁ କିଛି ସମୟ ଅନ୍ତରାଳରେ ପୁଣି ପୂର୍ବ ଭଳି ଦ୍ରୁତ ସଂକ୍ରମଣ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ପ୍ରଥମ ସଂକ୍ରମଣ ଲହର ସମାପ୍ତ ହୋଇଛି କି ନା ତାହା ସ୍ପଷ୍ଟ ହୋଇ ପାରିନଥିବାବେଳେ ଦ୍ୱିତୀୟ ଲହର ନେଇ ନିର୍ଦ୍ଧିଷ୍ଟ ସମୟସୀମା ନିର୍ଦ୍ଧାରଣ ହୋଇ ନାହିଁ। ତେବେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବା ଲାଗି ଡା.କୃଷ୍ଣନ ପରାମର୍ଶ ଦେଇଛନ୍ତି।

ଦେଶରେ କରୋନାର ପ୍ରଥମ ଲହରର ଆକାର କେତେ ବିଶାଳ ଥିଲା ଓ କେତେ ସଂଖ୍ୟକ ଲୋକଙ୍କୁ ସଂକ୍ରମିତ କରିଛି ତାହା ଜଣାପଡି ନାହିଁ। ତେବେ ପ୍ରଥମ ଲହରର ଆକାର ଯଦି ଛୋଟ ଥିବ ତେବେ ଦ୍ୱିତୀୟ ଲହର ନିଶ୍ଚିତ ବଡ ହେବ ବୋଲି କୁହାଯାଇପାରେ। ଏଥିରେ ଭୂତାଣୁର ଲକ୍ଷଣ ମଧ୍ୟ ବଦଳିପାରେ। ଯାହାବି ହେଉ ଦେଶବାସୀ ଏଥିଲାଗି ଏବେ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରି ବୋଲି ଡା.କୃଷ୍ଣନ କହିଛନ୍ତି।

   Related Posts