ରାମ ଜନ୍ମଭୂମି ବିବାଦ: କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ ଲାଗି ମୁସ୍‌ଲିମ ପର୍ସନାଲ ଲ' ବୋର୍ଡର ନିଷ୍ପତ୍ତି

Published By : Prameya-News7 Bureau | November 17, 2019 IST

ଲକ୍ଷ୍ନୌ ୧୭।୧୧:  ଅଯୋଧ୍ୟା ରାମ ଜନ୍ମୁଭୂମି ପ୍ରସଙ୍ଗରେ ଅଲ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ'ବୋର୍ଡ( ଏଆଇଏମପିଏଲବି) ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋର୍ଡ ଯେଉଁ ଜମି ଲାଗି ଲଢେଇ ଲଢିଥିଲା ତାକୁ ସେହି ଜମି ଦରକାର ବୋଲି ଏବେ ଦାବି କରିଛି। ଏଣୁ ମାମଲାରେ ବୋର୍ଡ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି। ଲକ୍ଷ୍ନୌ ମୁମତାଜ ପିଜି କଲେଜରେ ଅନୁଷ୍ଠିତ ଏହି ବୈଠକରେ ବୋର୍ଡର ଅଧ୍ୟକ୍ଷ ରାବେ ହସନ ନଦବୀଙ୍କ ସମେତ ଜଫରୟାବ ଜିଲାନୀ ଓ ଅସଦୁଦ୍ଦିନ ଓବେସୀ ଆଦି ନେତାମାନେ ଯୋଗଦେଇଥିଲେ।

{"id":185677,"width":578,"height":382,"sizeSlug":"large"}

ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବୌର୍ଡର କର୍ମକର୍ତ୍ତାମାନେ କହିଥିଲେ ଯେ ସୁପ୍ରିମ କୋର୍ଟ ରାୟରେ ବିବାଦିତ ସ୍ଥଳରେ ମୁସଲମାନ ନମାଜ ପଢୁଥିଲେ ବୋଲି ସ୍ୱୀକାର କରିଛନ୍ତି। ସେହିପରି ଗମ୍ବୁଜ ତଳେ ଜନ୍ମସ୍ଥାନ ଥିବା ନେଇ କୌଣସି ପ୍ରମାଣ ନାହିଁ। ଏଣୁ ଯେଉଁ ବିବାଦୀୟ ଭୂମି ଲାଗି ଆମେ ଆଇନ ଲଢେଇ ଲଢୁଥିଲୁ ଆମକୁ ସେହି ଜମି ହିଁ ଦରକାର ଅନ୍ୟ କୌଣସି ଜମି ନୁହେଁ ବୋଲି କର୍ମକର୍ତ୍ତାମାନେ କହିଛନ୍ତି। ଏଥିଲାଗି କୋର୍ଟରେ ରିଭ୍ୟୁପିଟିସନ ଦାୟର କରାଯିବ ବୋଲି ବୋର୍ଡ ସଫାସଫା ଜଣାଇଦେଇଛି।

{"id":185678,"sizeSlug":"large"}

କୋର୍ଟ ବିବାଦୀୟ ଜମି ଉପରେ ମନ୍ଦିରକୁ ଅନୁମତି ଦେଇଥିବା ବେଳେ ଅପରପକ୍ଷକୁ ଅଯୋଧ୍ୟାରେ ମଜସିଦ୍ ନିର୍ମାଣ ଲାଗି ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଜମି ସଂକ୍ରାନ୍ତରେ ନିଷ୍ପତ୍ତି ନେବା ଲାଗି ଏଆଇଏମପିଏଲବି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଜମି ବଦଳେ ଜମି ନୁହେଁ ବିବାଦୀୟ ଜମି ଲାଗି ରିଭ୍ୟୁପିଟିସନ ଦାଖଲ ନିମନ୍ତେ ନିଷ୍ପତ୍ତି ହୋଇଛି।

{"id":185679,"sizeSlug":"large"}

ତେବେ ପୂର୍ବରୁ ରିଭ୍ୟୁପିଟିସନ ଦାଖଲ କରିବ କି ନା ସେ ନେଇ ବୋର୍ଡ  ଦ୍ୱିବିଧାରେ ଥିଲା। କାରଣ ବୋର୍ଡର ସମସ୍ତ ସଦସ୍ୟ ଏ ନେଇ ଏକମତ ନଥିଲେ। ହିନ୍ଦୁସ୍ଥାନକୁ ପୁଣି ଥରେ ପରୀକ୍ଷାରେ ବସାଇବା ଉଚିତ ନୁହେଁ ବୋଲି ମୌଲାନା କଲବେ ଜବ୍ବାଦ କହିଥିଲେ। ସେହିପରି ସୁନ୍ନି ୱାକଫ ବୋର୍ଡ ବୈଠକକୁ ଆସି ନଥିବା ବେଳେ ମୁସ୍ଲିମ ପକ୍ଷ ଇକବାଲ ଅଂସାରୀ ପୁଣି ଥରେ ବିବାଦରେ ଫସିବେ ନାହିଁ ବୋଲି ସଫାସଫା କହିଦେଇଥିଲେ।  ତେବେ ଏମ.ଆଇ.ସିଦ୍ଦିକୀଙ୍କ ମସେତ ଅନ୍ୟ ୩ ପକ୍ଷ ଏବେ ରିଭ୍ୟୁ ପିଟିସନ ଦାଖଲ ଲାଗି ନିଷ୍ପତ୍ତି ନେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.