Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିଜେପିର ମାଷ୍ଟରଷ୍ଟ୍ରୋକ୍ ପରେ ଗୁଜୁରାଟରେ ଏଣ୍ଟ୍ରି ମାରିବ AIMIM, ବିଧାନସଭା ନିର୍ବାଚନ ଲଢିବାକୁ ଓଓ୍ବେସୀଙ୍କ ଘୋଷଣା

20/09/2021 at 2:56 PM

ଅହମଦାବାଦ ୨୦/୦୯ : ଆସନ୍ତା ବର୍ଷ ହେବାକୁ ଯାଉଛି ଗୁଜୁରାଟରେ ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି କସରତ୍‌ । ମାଷ୍ଟରପ୍ଲାନ୍‌ ଖେଳି ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏହାରି ମଧ୍ୟରେ ବଡ ଘୋଷଣା କରିଛନ୍ତି ଅଲ୍‌ ଇଣ୍ଡିଆ ମଜଲିସ୍‌ ଏ ଇସ୍ତେହାଦୁଲ ମୁସ୍ଲିମୀନ୍‌ (AIMIM) ମୁଖ୍ୟ ଅସଦୁଦ୍ଦୀନ ଓଓ୍ବେସୀ ।

ଓଓ୍ବେସୀ କହିଛନ୍ତି, ଗୁଜୁରାଟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ଏଆଇଏମ୍‌ଆଇଏମ୍‌ ଦଳ । ତେବେ କେତେ ସିଟ୍‌ରେ ପ୍ରାର୍ଥୀ ଦେବେ ସେ ନେଇ କିଛି ଘୋଷଣା କରିନଥିଲେ ସୁଦ୍ଧା ଗୁଜୁରାଟରେ ସଂଗଠନ ମଜବୁତ ହେଉଥିବା କଥା କହିଛନ୍ତି AIMIM ଚିଫ୍‌ । ଗୁଜରାଟରେ କେତେ ସିଟ୍‌ରେ ପ୍ରାର୍ଥୀ ଦିଆଯିବ ସେ ନେଇ ରାଜ୍ୟ ୟୁନିଟ୍‌ ନିଷ୍ପତ୍ତି ନେବେ । ବିଧାନସଭା ନିର୍ବାଚନ ପୁରା ଦମ୍‌ରେ ଲଢିବ ଦଳ । ଓଓ୍ବେସୀ କହିଛନ୍ତି ୧୯୮୪ ପରଠାରୁ ଗୁଜୁରାଟରେ କେହି ଜଣେ ବି ମୁସଲିମ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି ।

କଂଗ୍ରେସକୁ ଟାର୍ଗେଟ୍‌ କରି ଓଓ୍ବେସୀ କହିଛନ୍ତି, ‘କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ପାରମ୍ପରିକ ସିଟ୍‌ ଆମେଥୀରୁ ପରାଜିତ ହୋଇଛନ୍ତି । ସେଠାରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଆମର କେହି ଆଶାୟୀ ପ୍ରାର୍ଥୀ ନଥିଲେ । ସେ ବାୟନାଡ୍‌ରୁ ବି ଏଥିପାଇଁ ଜିତିଥିଲେ ଯେ ସେଠାରେ ପ୍ରାୟ ୩୫ ପ୍ରତିଶତ ଲୋକ ସଂଖ୍ୟାଲଘୁ । ତେଣୁ ଏବେ ଲୋକେ ନିଷ୍ପତ୍ତି ନେବେ । କଂଗ୍ରେସ ମୋ ଉପରେ ଯେତେ ଅଭିଯୋଗ ଆଣିଲେ ସୁଦ୍ଧା କିଛି ଫରକ ପଡିବନି । କଂଗ୍ରେସ ଲୋକ ବିଜେପିରେ ସାମିଲ ହେଉଛନ୍ତି । କିନ୍ତୁ ଏଥିରେ ଆମର କିଛି ଫରକ ପଡିବନି ।’

ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କରି ଓଓ୍ବେସୀ କହିଛନ୍ତି, ‘ଉତ୍ତରପ୍ରଦେଶରେ ଗତ ୩ ବର୍ଷ ମଧ୍ୟରେ ଜଣେ ବି ମୁସଲମାନଙ୍କୁ ଘର ଦିଆଯାଇନାହିଁ । ୟୁପିରେ ଆଜି ଯାଏଁ ହଜାରେରୁ ଉର୍ଦ୍ଧ୍ବ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି । ଯୋଗୀ ସରକାର ଅପରାଧକୁ ରୋକିବା​‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଉତ୍ତର ପ୍ରଦେଶରେ ବିଜେପିର ୩୭ ଜଣ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି ।’

   Related Posts