Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଶପଥ ଗ୍ରହଣ ସମାରୋହରେ AIMIM ବିଧାୟକଙ୍କ ହଙ୍ଗାମା: ହିନ୍ଦୁସ୍ଥାନ କହିବାକୁ କଲେ ଅସ୍ବୀକାର

23/11/2020 at 3:48 PM

ପାଟନା ୨୩/୧୧ : ୧୭ତମ ବିହାର ବିଧାନସଭା ଅଧିବେଶନ ସମୟରେ ସଂସଦରେ ପ୍ରବେଶ କରିବା ପୂର୍ବରୁ ବିଧାୟକମାନେ ପାହାଚକୁ ପ୍ରଣାମ କରି ପ୍ରବେଶ କରିଥିବାର ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। କିନ୍ତୁ ଅସଦୁଦ୍ଦିନ ଓୱୋସୀଙ୍କ AIMIM ଦଳ ବିଧାୟକ ହିନ୍ଦୁସ୍ଥାନ ନ କହିବାକୁ ହଙ୍ଗାମା ହୋଇଛି। ଦଳର ବିଧାୟକ ଶପଥ ସମୟରେ ଭାରତ କହିବାକୁ ଜିଦ ଧରି ବସିଥିଲେ କାରଣ ସେମାନେ ହିନ୍ଦୁସ୍ଥାନ କହିବାକୁ ଆପତ୍ତି ଦର୍ଶାଇଥିଲେ। ସବୁଠାରୁ ଖାସ କଥା ହେଲା ଏଆଇଏମଆଇଏମ ବିଧାୟକଙ୍କ ଏହି ବ୍ୟବହାରକୁ ଜନତା ଦଳ ୟୁନାଇଟେଡ଼ ବିରୋଧ କରିଥିଲା।

ଅସଦୁଦ୍ଦିନ ଓୱୋସୀଙ୍କ ଏଆଇଏମଆଇଏମ ଦଳ ବିଧାୟକ ଅଖ୍ତଋଲ ଇମାନ ଶପଥ ଗ୍ରହଣ ସମୟରେ ହିନ୍ଦୁସ୍ଥାନ କହିବାକୁ ଅସ୍ବୀକାର କରିଥିଲେ। ସେ ଉର୍ଦୁ ଭାଷାରେ ଶପଥ ନେଇଥାନ୍ତେ କିନ୍ତୁ ଉର୍ଦୁରେ ଭାରତ ବଦଳରେ ହିନ୍ଦୁସ୍ଥାନ ଶବ୍ଦ ବ୍ୟବହାର କରିଯାଇଥାଏ। କିନ୍ତୁ ସେ ହିନ୍ଦୁସ୍ଥାନ ନ କହି ଭାରତ କହିବେ ବୋଲି ଜିଦ କରିଥିଲେ। କିନ୍ତୁ ପରେ ସେ କହିଥିଲେ ଯେ ସେ ଆପତ୍ତି କରୁଣାନାହାନ୍ତି ବରଂ ପରାମର୍ଶ ଦେଉଛନ୍ତି।

ଏହି ମାମଲାକୁ ନେଇ ରାଜନୀତି ଜୋର ଧରିଛି। ଜେଡିୟୁ ନେତା ମଦନ ସାହାଣୀ କହିଛନ୍ତି ଯେ, ବିଧାୟକ ହିନ୍ଦୁସ୍ଥାନ କହିବା ଉଚିତ। ହିନ୍ଦୁସ୍ଥାନ କହିବାରେ କିଛି ଅସୁବିଧା ନାହିଁ। କିନ୍ତୁ ସେ ଭାରତ କହିବାରେ ଜିଦ କରିଥିଲେ। କିନ୍ତୁ ସେ ନିଜ ଭାଷଣରେ ଭାରତ ଜାଗାରେ ହିନ୍ଦୁସ୍ଥାନ ଲେଖିଥିଲେ। ଅପରପକ୍ଷରେ ବିଜେପି ବିଧାୟକ ନିରଜ କୁମାର ବବ୍ଲୁ କହିଛନ୍ତି ଯେ ଯେଉଁମାନଙ୍କୁ ହିନ୍ଦୁସ୍ଥାନ କହିବାରେ ଅସୁବିଧା ହେଉଛି ସେମାନେ ପାକିସ୍ତାନ ପଳାନ୍ତୁ। ଏମିତି ଲୋକଙ୍କୁ ଭାରତରେ ରହିବାର କୌଣସି ଅଧିକାର ନାହିଁ। ଏହିଭାଲୋ ଲୋକ ସଂସଦ ଛାଡି ପାକିସ୍ତାନ ଚାଲିଯିବା ଉଚିତ। ଏହିଭଳି ଲୋକମାନେ ଦେଶକୁ ଭାଙ୍ଗିଦେବେ।

ସୂଚନାଯୋଗ୍ୟ ଯେ, ଏଆଇଏମଆଇଏମ ବିଧାୟକ ଉର୍ଦୁ ଭାଷାରେ ଶପଥ ନେଇଥିଲେ। ଅସଦୁଦ୍ଦିନ ଓୱୋସୀଙ୍କ ବିଧାୟକମାନେ ବିଜୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଆଇଏମଆଇଏମ ବିହାରରେ ୫ଟି ଆସନରେ ବିଜୟ ହାସଲ କରିଛି। ସୂଚନା ଅନୁଯାୟୀ, ୨୦୧୫ ନିର୍ବାଚନରେ ଏଆଇଏମଆଇଏମ ୬ଟି ଆସନ ପାଇଁ ଲଢ଼ିଥିଲେ କିନ୍ତୁ କୌଣସି ଆସନରେ ଜିତିନଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଏଆଇଏମଆଇଏମ ପ୍ରଥମ ସଫଳତା ହାସଲ କରିଥିଲା। ଏଥର ଏଆଇଏମଆଇଏମ ୨୦ ଆସନରୁ ୧୬ ଟି ଆସନ ପାଇଁ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା।

   Related Posts