ରାମ ମନ୍ଦିର ଭୂମି ପୂଜନ ଉତ୍ସବରେ ଯୋଗଦେବେ ଅସଦୁଦ୍ଦୀନ ଓଓ୍ୱେସୀ ! ନିମନ୍ତ୍ରଣ କଲେ ବିଜେପି ନେତା

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ, ୦୨|୦୮: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓଓ୍ୱେସୀଙ୍କୁ ରାମ ମନ୍ଦିର ଭୂମି ପୂଜନ ଉତ୍ସବକୁ ନିମନ୍ତ୍ରିତ କରାଯାଇଛି । ତେଲେଙ୍ଗାନାର ବିଜେପି ନେତା ତଥା ମୁଖପାତ୍ର କ୍ରିଷ୍ଣା ସାଗର ରାଓ ଅସଦୁଦ୍ଦୀନଙ୍କୁ ଉତ୍ସବକୁ ଆମନ୍ତ୍ରିତ କରିଛନ୍ତି ।

ଆସନ୍ତା ୫ ତାରିଖରେ ଅଯୋଧ୍ୟାକେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଏଠାରେ ପ୍ରଭୂ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ । କ୍ରିଷ୍ଣା ରାଓ କହିଛନ୍ତି ଯେ, ବିଜେପି ସରକାର ପାଇଁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହା କୋଟି କୋଟି ହିନ୍ଦୁଙ୍କର ଆସ୍ଥାର କଥା । ଯେଉଁମାନେ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ସେମାନଙ୍କୁ କେହି ଖାତିର କରୁନାହାଁନ୍ତି । ସେମାନେ ଭୂମି ପୂଜନରେ ମୋଦୀଙ୍କ ଯୋଗଦାନକୁ ବିରୋଧ କରୁଛନ୍ତି । ଯାହା ଅସାମ୍ବିଧାନିକ ।

ସେ ଆହୁରି କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ ଅସଦୁଦ୍ଦୀନ ଓଓ୍ୱେସୀ ଆସନ୍ତୁ । ଫଳରେ ଭାଇଚାରର ନୂଆ ଇତିହାସ ସୃଷ୍ଟି ହେବ । ସମ୍ବିଧାନରେ ସମସ୍ତ ନାଗରିକଙ୍କ ପାଇଁ ଧାର୍ମିକ ସ୍ୱାଧିନତା ରହିଛି । ସୂଚନାଯୋଗ୍ୟ, ଭୂମିପୂଜନରେ ଯୋଗଦେବାକୁ ଥିବା ଅତିଥିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆରଏସଏସ  ମୁଖ୍ୟ ମୋହନ ଭାଗବତ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.