ମୋଦିଙ୍କ ସମ୍ପର୍କରେ ଟ୍ରମ୍ଫଙ୍କ ମନ୍ତବ୍ୟକୁ ଓବେସୀଙ୍କ ବିରୋଧ , ଜାଣନ୍ତୁ କହିଲେ କ’ଣ

Published By : Prameya-News7 Bureau | September 25, 2019 IST

ହାଇଦ୍ରାବାଦ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ  ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି ମଜଲିସ୍-ଏ-ଇତ୍ତେହାଦୁଲ ମୁସ୍ଲିମିନ (ଏଆଇଏମଆଇଏମ) ନେତା ଅସଦୁଦ୍ଦିନ ଓବେସୀ। ଜାତିସଂଘ ସାଧାରଣ ଅଧିବେଶନ ଲାଗି ପ୍ରଧାନମନ୍ତ୍ରୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏହି ଅବସରରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିବା ବେଳେ ମୋଦିଙ୍କ ବ୍ୟବହାରକୁ ଜଣେ ପିତାଙ୍କ ଭଳି ବୋଲି ଟ୍ରମ୍ଫ କହିଥିଲେ।

{"id":162582,"width":579,"height":434}

ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ଫ ଭାରତ ପ୍ରତି ଥିବା ତାଙ୍କର ପୂର୍ବ ଧାରଣା ସମ୍ପର୍କରେ କହିଥିଲେ। ଯେଉଁଥିରେ ପରସ୍ପରସହ କଳିଝଗଡାରେ ଲିପ୍ତ ଲୋକମାନଙ୍କର ଏହା ଏକ ଦେଶ ବୋଲି ସେ ଭାବୁଥିଲେ। ହେଲେ ଭାରତ ଯେ ଏକ ସଂସ୍କୃତି ସମ୍ପନ୍ନ ସଭ୍ୟ ଦେଶ ତାହା ମୋଦିଙ୍କୁ ଭେଟିବା ପରେ ପ୍ରଥମେ ଅନୁଭବ କରୁଥିବା କହିଥିଲେ। ଭାରତ ଭଳି ଏକ ଦେଶକୁ ଏକସୂତ୍ରରେ ବାନ୍ଧି ରଖିବାରେ ମୋଦିଙ୍କ ଭୂମିକା ବାସ୍ତବରେ ଜଣେ ପିତାଙ୍କ ଭଳି ବୋଲି ଟ୍ରମ୍ଫ କହିଥିବା ବେଳେ ତାଙ୍କ ମନ୍ତବ୍ୟକୁ ନେଇ ଦେଶରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି।

{"id":162583}

ଏଆଇଏମଆଇଏମ ନେତା ଓବେସୀ ଏହି ଉପାଧି କେବଳ ମହାତ୍ମା ଗାନ୍ଧିଙ୍କୁ ପ୍ରାପ୍ତ ବୋଲି କହିଛନ୍ତି। ଏଣୁ ଏଭଳି ଭାବେ କହି କାହାରି ସ୍ତବଗାନ କରିବା ଆମେରିକା ରାଷ୍ଟ୍ରପତିଙ୍କୁ ସୋଭାପାଏନା ବୋଲି ଓବେସୀ କହିଛନ୍ତି। ସେହିପରି କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପୁତ୍ର ତଥା କର୍ଣ୍ମାଟକ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡଗେ ମୋଦିଙ୍କ ପ୍ରତି ଟ୍ରମ୍ଫଙ୍କ ବୟାନକୁ ଦୃଢ ବିରୋଧ କରିଛନ୍ତି ।

{"id":162586,"width":583,"height":364}

ଏକ ଟ୍ୱିଟ୍ ବାର୍ତ୍ତାରେ   ପ୍ରିୟାଙ୍କ ଏବେ ଆମେରିକା ନିଷ୍ପତ୍ତି କରିବ ଭାରତର ପିତା କିଏ ? ବୋଲି ପ୍ରଶ୍ନ କରିଛନ୍ତି। ତେବେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ଫଙ୍କ ବୟାନକୁ ଦେଶ ଲାଗି ଏକ ଗର୍ବର ବିଷୟ ବୋଲି କହିଛନ୍ତି । ଯଦି ଏହାକୁ ନେଇ କେହି ନିଜକୁ ଗର୍ବିତ ଅନୁଭବ କରିପାରୁନାହିଁ ହୁଏତ ସେ ନିଜକୁ  ଜଣେ ଭାରତୀୟ ଭାବୁନାହାନ୍ତି ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.