Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ମଧ୍ୟ ପ୍ରଦେଶରେ ଲଭ୍ ଜିହାଦ ଆଇନକୁ ନେଇ ଖୁବ୍ଧ ହେଲେ ଓଓ୍ବେସି : କହିଲେ, ‘ଅସ୍ଥିରତା ସୃଷ୍ଟି ପାଇଁ ଏହା ବିଜେପିର ଚାଲ୍’

29/12/2020 at 5:15 PM

ଭୋପାଳ ୨୯/୧୨ : ଉତ୍ତର ପ୍ରଦେଶ ପରେ ଏବେ ମଧ୍ୟ ପ୍ରଦେଶରେ ଲଭ ଜିହାଦ ଆଇନ ପାଇଁ ଅଧ୍ୟାଦେଶ ଆଣିବାକୁ ଣିବରାଜଙ୍କ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମଙ୍ଗଳବାର ଦିନ ଏଥି ପାଇଁ ସ୍ବତନ୍ତ୍ର ଭାବେ ବୈଠକ ଡକାଯାଇଛି । ତେବେ ଏହି ବୈଠକ ପୂର୍ବରୁ ନୂଆ ଲଭ୍ ଜିହାଦ ଆଇନକୁ ନେଇ AIMIM ଅଧ୍ୟକ୍ଷ ଅସଦଉଦ୍ଦିନ୍ ଓଓ୍ବେସି ପ୍ରବଳ ବର୍ଷିଛନ୍ତି ।

ଓଓ୍ବେସି କହିଛନ୍ତି ସମ୍ବିଧାନରେ ଲଭ୍ ଜିହାଦର କୌଣସି ପରିଭାଷା ନାହିଁ । ବିଜେପି ଶାସିତ ରାଜ୍ୟମାନେ ନୂଆ ଲଭ୍ ଜିହାଦ ଆଇନ ଆଣି ସମ୍ବିଧାନକୁ ପରିହାସ କରୁଛନ୍ତି । ଯଦି ବିଜେପି ଶାସିତ ରାଜ୍ୟମାନେ ଆଇନ ତିଆରି କରିବାକୁ ଚାହୁଁଛନ୍ତି ତେବେ ସେମାନେ MSP ଉପରେ ଆଇନ ତିଆରି କରନ୍ତୁ ଏବଂ ରୋଜଗାର ଦିଅନ୍ତୁ ବୋଲି ଓଓ୍ବେସି କହିଛନ୍ତି ।

ଲଭ୍ ଜିହାଦକୁ ନେଇ AIMIM ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, କୋର୍ଟ କହିଛନ୍ତି ଭାରତୀୟ ସମ୍ବିଧାନରେ ଧାରା ୨୧,୧୪ ଏବଂ ୨୫ ଅନ୍ତର୍ଗତ ଦେଶରେ କୌଣସି ନାଗରିକଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ସରକାରଙ୍କର କୌଣସି ଅଧିକାର ନାହିଁ । ତେବେ ବିଜେପି ସମ୍ବିଧାନର ନିୟମକୁ ସଂପୂର୍ଣ୍ଣ ଭାବେ ଉଲ୍ଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି ।

ମଧ୍ୟ ପ୍ରଦେଶରେ ଲଭ୍ ଜିହାଦ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲଭ୍ ଜିହାଦ ବିରୋଧରେ ଶକ୍ତ ଆଇନ ଆଣିବାକୁ ସୁପାରିଶ କରିଥିଲେ । ଏବେ ଏହା ଉପରେ ବିଧେୟକ ଆଣିବାକୁ ଯୋଜନା ଆରମ୍ଭ କରାଯାଇଛି । ଏହି ଆଇନରେ ଦୋଷୀମାନଙ୍କୁ ୫ ବର୍ଷର ସଜା ପାଇଁ ସୁପାରିଶ କରାଯାଇଥିଲା କିନ୍ତୁ ପରେ ଏହାକୁ ବଢାଇ ଦିଆଯାଇ ୧୦ ବର୍ଷ କରିବାକୁ ପ୍ରସ୍ତୁତି ଚାଲିଛି ।

   Related Posts