ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ
2/03/2019 at 5:04 PM

କାମାକ୍ଷାନଗର ୨|୩: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେଞ୍ଜ ଅଞ୍ଚଳରେ ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ । ଗତ ମାସରେ କେନ୍ଦୁଝର ଅଞ୍ଚଳରୁ ଆହତ ହୋଇ ଢେଙ୍କାନାଳ ବନାଞ୍ଚଳକୁ ଚାଲି ଆସିଥିଲା। ଗତ ଦୁଇ ଦିନ ହେବ ଅସୁସ୍ଥ ହୋଇ ହାତୀଟି ମହାବିରୋଡ ରେଞ୍ଜ ତୋରଡାନାଳି ଜଙ୍ଗଲ ନିକଟ ଏକ ବିଲରେ ପଡିରହିଥିଲା । ଖବର ପାଇ ବନବିଭାଗ ସେଇଠାରେ ହିଁ ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ । ହେଲେ ଆଜି ସଖାଳେ ହାତୀଟିର ମୃତ୍ୟୁ ହୋଇଛି ।