Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଭାକ୍ସିନ ନେଇ ବେଫିକର ବୁଲୁଥିଲେ ହୋଇ ଯାଆନ୍ତୁ ସାବଧାନ ! ବାହାରେ ଜଗିଛି ଭୂତାଣୁର ଡେଲ୍ଟା ଭାରିଆଣ୍ଟ

10/06/2021 at 3:03 PM

ନୂଆଦିଲ୍ଲୀ ୧୦।୬: ଦେଶରେ ଗତ ଦେଢ ବର୍ଷ ହେଲା କରୋନା ଭାଇରସ ମହାମାରୀର ପ୍ରକୋପ ଜାରି ରହିଛି। ଭୂତାଣୁ କୋଟି କୋଟି ଲୋକଙ୍କୁ ଆକ୍ରାନ୍ତ କରିଥିବା ବେଳେ ଲକ୍ଷଲକ୍ଷ ଲୋକେ ପ୍ରାଣ ହରାଇଲେଣି। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ଦେଶରେ ଟିକାକରଣ ଅଭିଯାନ ଚଳାଯାଇଛି। ଲକ୍ଷ ଲକ୍ଷ ଲୋକେ ଟିକା ନେଉଛନ୍ତି। ହେଲେ ବି କରୋନା ଥମିବାର ନାଁ ନେଉନି। ଯଦି ଆପଣ କରୋନା ଟିକାକରଣ କରି ବେଫିକର ବୁଲାବୁଲି କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଭୂତାଣୁର ଡେଲ୍ଟା ଭାରିଆଣ୍ଟ ଟିକା ନେଇଥିବା ଲୋକଙ୍କୁ ବି ସଂକ୍ରମିତ କରୁଥିବା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି।

ଭାରତ କୋଭିଡ-୧୯ ମୁକାବିଲା ଲାଗି ସ୍ୱଦେଶୀ ଟିକା ବିକଶିତ କରିଛି। ତେବେ ଦେଶରେ ବିକଶିତ ଟିକାକୁ ଜରୁରି ଉପଯୋଗ ମଞ୍ଜୁରି ମିଳିବା ପରଠାରୁ ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏଥିରେ ଟିକା ନେଲେ ସଂକ୍ରମଣ ହେବ ନି କି ବୋଲି ମଧ୍ୟ ଲୋକେ ପଚାରୁଛନ୍ତି। ଏଥିରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌) ନିକଟରେ କରିଥିବା ଏକ ଗବେଷଣା ପରେ କେହି କରୋନା ଭାକ୍ସିନ ନେବା ପରେ ସଂକ୍ରମିତ ନ ହେବେ ତାର କିଛି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି। ତେବେ ଭାକ୍ସିନ କେବଳ ଏତିକି ନିଶ୍ଚିତକରୁଛି ଯେ ଟିକା ନେଇଥିଲେ ସଂକ୍ରମଣର ଗୁରୁତର ପ୍ରଭାବ ରହିବନି।

ଟିକା ନେଇ ଏମସ୍ କରିଥିବା ଅଧ୍ୟୟନରେ ୬୩ ଜଣଙ୍କୁ ସାମିଲ କରିଥିଲେ। ଏଥିରେ ୩୬ ଜଣ ଦୁଇ ଡୋଜ ଟିକା ନେଇଥିବା ବେଳେ ୨୭ ଜଣ ଗୋଟିଏ ଗୋଟିଏ ଡୋଜ ନେଇଥିଲେ। ତେବେ ସମସ୍ତଙ୍କ ଠାରେ ଭାରତରେ ସଂକ୍ରମିତ ହେଉଥିବା ଡେଲ୍ଟା ଭାରିଏଣ୍ଟ ଚିହ୍ନଟ ହୋଇଥିବା ଏମସ୍‌ କହିଛନ୍ତି। ତେବେ ଏଥିରେ ସବୁଠୁ ଖୁସି ଖବର ଯାହା ଭାରତରେ ବିକଶିତ ଟିକା କୋଭାକ୍ସିନ କୋଭିଡର ଦୁଇ ବିପଦନଜକ ଭାରିଏଣ୍ଟ ବିଟା ଓ ଡେଲ୍ଟାରୁ ଲୋକଙ୍କୁ ସୁରକ୍ଷିତ ରଖୁଥିବା ଜଣାଯାଇଛି।    

   Related Posts