ବାଲେଶ୍ବରରେରେ ହେବ ଏମ୍ସ ସାଟେଲାଇଟ ସେଣ୍ଟର

Published By : Prameya-News7 Bureau | August 25, 2018 IST

ବାଲେଶ୍ବରରେ ଅଖିଳ ଭାରତ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ ସାଟେଲାଇଟ ସେଣ୍ଟର ଓ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ହେବାର ଆଶା ଦୃଢ଼ ହେବାରେ ଲାଗିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଶାନ୍ତି ଶୃଂଖଳା ପାଇଁ ୩ ପ୍ଲାଟୁନ ପୋଲିସ ସହ ୭ଜଣ ଅଫିସର ଅଛନ୍ତି। ୨୦୧୩ ମସିହାରେ କେନ୍ଦ୍ର ସରକାର ବାଲେଶ୍ବରରେ ଏମ୍ସର ସାଟେଲାଇଟ ସେଣ୍ଟର ଓ ୩୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଓ ପବ୍ଲିକ ହେଲ୍ଥ ସ୍କୁଲ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ବାମପଦାରେ ୨୫ଏକର ଜମି ଯୋଗାଇ ଦେଇଥିଲେ । ପରେ ଏହି କାର୍ଯ୍ୟରେ କିଛିଟା ମନ୍ଥରତା ଦେଖା ଦେଇଥିଲା । 2ବର୍ଷ ତଳେ ଚିହ୍ନଟ ଜମିରେ 1କୋଟି 37ଲକ୍ଷ ଟଙ୍କା ବ୍ୟୟରେ କେବଳ ପାଚେରୀ କରାଯାଇଥିଲା । ତେବେ 5ବର୍ଷ ପରେ ଆଜି ଏହି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତାଙ୍କ ସହ କେନ୍ଦ୍ର ପେଟ୍ରଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.