Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ମୃତ୍ୟୁହାର କମ୍‌ କରିବାରେ କେତେ ସଫଳ ପ୍ଲାଜମା ଥେରାପି, ଏମ୍ସର ୩୦ ରୋଗୀଙ୍କ ଉପରେ ହୋଇଛି ଗବେଷଣା

6/08/2020 at 8:03 PM

ନୂଆଦିଲ୍ଲୀ ୦୬/୦୮ : କରୋନା ଭାଇରସରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜମା ଥେରାପିରୁ କରୋନା ରୋଗୀଙ୍କ ଚିକିତ୍ସା ପରେ ମଧ୍ୟ ମୃତ୍ୟୁହାର ହ୍ରାସ ପାଉନାହିଁ | ଏହି ଚିକିତ୍ସା ପ୍ରଣାଳୀର ପ୍ରଭାବ ଆକଳନ କରିବାକୁ ଏମ୍ସରେ କରାଯାଇଥିବା ଅନ୍ତରୀଣ ପରୀକ୍ଷଣ ବିଶ୍ଳେଷଣରେ ଏହି ତଥ୍ୟ ସାମ୍ନାକୁ ଆସିଛି | ଏହି ଚିକିତ୍ସା ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଣ୍ଟିବଡ଼ି ନିଆଯାଇଥାଏ ଏବଂ କରୋନା ଭାଇରସରୁ ପୀଡିତ ରୋଗୀଙ୍କୁ ଦିଆଯାଇଥାଏ | ଯେପରି କି ରୋଗ ପ୍ରତିରୋଧକ ପ୍ରଣାଳୀକୁ ଭାଇରସ ସହ ଲଢ଼ିବାରେ ତୁରନ୍ତ ସାହାଯ୍ୟ ମିଳିବ | 

ଏମ୍ସ ନିର୍ଦେଶକ ଡା.ରଣଦୀପ ଗୁଲେରିୟା ଗୁରୁବାର ଦିନ କହିଛନ୍ତି ଯେ କରୋନା ଏମ୍ସର ୩୦ ଜଣ କରୋନା ରୋଗୀଙ୍କୁ ନେଇ ରିସର୍ଚ୍ଚ କରାଯାଇଥିଲା |  ପରୀକ୍ଷଣ ସମୟରେ ପ୍ଲାଜମା ଥେରାପିର ଅଧିକ ଲାଭ ସାମ୍ନାକୁ ଆସିନଥିଲା | ସେ କହିଛନ୍ତି ଯେ ପରୀକ୍ଷଣ ସମୟରେ ଏକ ଗ୍ରୁପକୁମାନଙ୍କ ସହଯୋଗ ଉପଚାର ସହିତ ପ୍ଲାଜମା ଥେରାପି ଦିଆଯାଇଥିଲା ଏବଂ ଅନ୍ୟ ଏକ ଗୃପକୁମାନଙ୍କ ଚିକିତ୍ସା କରାଯାଇଥିଲା | ଉଭୟ ଗୃପରେ ମୃତ୍ୟୁହାର ସମାନ ରହିଥିଲା ଏବଂ ରୋଗୀଙ୍କ ଅବସ୍ଥାରେ ଅଧିକ କ୍ଲିନିକାଲ ସୁଧାର ହୋଇନଥିଲା | 

ଡା.ଗୁଲେରିୟା କହିଛନ୍ତି ଯେ, ଏହା କେବଳ ଅନ୍ତରୀଣ ବିଶ୍ଳେଷଣ | ଆହୁରି ବିସ୍ତୁତ ଭାବରେ ଆକଳନ କରିବା ଆବଶ୍ୟକ ଯେ କେଉଁ ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ଲାଭଦାୟକ | ସେ କହିଛନ୍ତି ପ୍ଲାଜମାର ମଧ୍ୟ ସୁରକ୍ଷା ଯାଞ୍ଚ ହେବା ଆବଶ୍ୟକ ଏବଂ ପର୍ଯ୍ୟାପ୍ତ ଏଣ୍ଟିବଡ଼ି ହେବା ଦରକାର ଯାହା କୋଭିଡ-୧୯ ରୋଗୀଙ୍କ ପାଇଁ ଉପଯୋଗୀ | କୋଭିଡ-୧୯ ଉପରେ ବୁଧବାର ଦିନ ତୃତୀୟ ନ୍ୟାସନାଲ କ୍ଲିନିକାଲ ଗ୍ରାଣ୍ଡ ରାଉଣ୍ଡ ଉପରେ ହୋଇଥିବା ପରିଚର୍ଚ୍ଚାରେ ପ୍ଲାଜମା ଥେରାପି ଦ୍ୱାରା କରୋନା ରୋଗୀଙ୍କ ଉପରେ ପଡୁଥିବା ପ୍ରଭାବକୁ ନେଇ ଚର୍ଚ୍ଚା ହୋଇଥିଲା |  

ୱେବମିନାରରେ ଏମ୍ସର ମେଡ଼ିସିନ ବିଭାଗର ଅତିରିକ୍ତ ପ୍ରଫେସର ଡା.ମନୀଷ ସୋନେଯା କହିଛନ୍ତି ଯେ ପ୍ଲାଜମା ଥେରାପି ସୁରକ୍ଷିତ | ଯଦି ଏହାର ପ୍ରଭାବ କଥା କୁହାଯାଏ ତାହେଲେ ଏବେ ସୁଦ୍ଧା ସବୁଜ ସଂକେତ ମିଳିନାହିଁ | ସେଥିପାଇଁ କ୍ଲିନିକାଲ ଉପଯୋଗ ଉଚିତ ଏବଂ ରାଷ୍ଟ୍ରୀୟ ଗାଇଡଲାଇନ ଅନ୍ତର୍ଭୁକ୍ତ | 

   Related Posts