'ତୃତୀୟ ଲହର ଶିଶୁମାନଙ୍କ ପାଇଁ କେତେ ଘାତକ ତାହା କହିବା ମୁସ୍କିଲ, ଏହା ଉପରେ କୌଣସି ଡାଟା ନାହିଁ' : ଏମ୍ସ ନିର୍ଦ୍ଦେଶକ

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୦୮/ ୦୬ : ତୃତୀୟ ଲହର ପିଲାମାନଙ୍କ ପାଇଁ କେତେ ଘାତକ ହେବ ତାହା ଆକଳନ କରିବା ମୁସ୍କିଲ । ଏଭଳି ବୟାନ ଦେଇଛନ୍ତି ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟା । ଡାକ୍ତର ଗୁଲେରିଆ କହିଛନ୍ତି, 'ତୃତୀୟ ଲହରକୁ ନେଇ ଆମ ପାଖରେ କୌଣସି ଡାଟା ନାହିଁ । ତେଣୁ ଏହା କହିବେ ମୁସ୍କିଲ ଯେ, ପିଲାମାନଙ୍କ ପାଇଁ ତୃତୀୟ ଲହର କେତେ ଘାତକ ହେବ ।'

ସେ ଆହୁରି ମଧ୍ୟ କହିଛନ୍ତି, 'ନୂଆ ନୂଆ ଭ୍ୟାରିଆଣ୍ଟ ଯୋଗୁ୍ଁ କୋଭିଡର ଗୋଟିଏ ପରେ ଗୋଟିଏ ଲହର ସାମ୍ନାକୁ ଆସୁଛି । ଲକଡାଉନ ହେବା ଯୋଗୁଁ ସଂକ୍ରମଣ ବ୍ୟାପକ ଭାବେ କମୁଛି । କିନ୍ତୁ ଥରେ ଲକଡାଉନ ଖୋଲିବା ପରେ ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ଖୁବ ବଢିଯାଉଛି । ତେଣୁ ଆଗକୁ କୋଭିଡର ତୃତୀୟ ଲହର କେତେ ପ୍ରଭାବୀ ହେବ ତାହା କହିବା କଷ୍ଟକର ଏବଂ ଏହା ଛୋଟ ଛୋଟ ଶିଶୁମାନଙ୍କ ପ୍ରତି କିଭଳି ପ୍ରଭାବ ଦେଖାଇବ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.