AIIMS ନିର୍ଦ୍ଦେଶକ ଦେଲେ ଖୁସି ଖବର, ସେପ୍ଟେମ୍ୱର ସୁଦ୍ଧା ୨ବର୍ଷରୁ ଅଧିକ ଶିଶୁଙ୍କୁ ମିଳିବ ଭାକସିନ୍

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩/୬ : ଭାରତରେ କରୋନାର ୨ୟ ଲହରର ପ୍ରକୋପ କମିନଥିବାବେଳେ ଡରାଇଲାଣି ତୃତୀୟ ଲହର । ବିଶେଷଜ୍ଞମାନେ ଏବେଠାରୁ ତୃତୀୟ ଲହର ନେଇ ଚେତାବନୀ ଦେଇସାରିଲେଣି । କେବଳେ ସେତିକି ନୁହେଁ ସ୍ୱାସ୍ଥ୍ୟ ବିଭାଗ ବି ସତର୍କ ରହିବାକୁ ଚେତାଇ ସାରିଲାଣି । ଆହୁରି କିଛି ବିଶେଷଜ୍ଞ କହିଛନ୍ତି ତୃତୀୟ ଲହରରେ ବିଶେଷ କରି ପିଲାମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏଭଳି ପରିସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛନ୍ତି AIIMS ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ ୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ସେପ୍ଟେମ୍ବର ସୁଦ୍ଧା ଦେଶରେ କୋଭାକ୍ସିନ ଟିକା ଉପଲବ୍ଧ ହୋଇଯିବ । ଡକ୍ଟର ଗୁଲେରିଆ କହିଛନ୍ତି ଯେ ପରୀକ୍ଷଣର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସମାପ୍ତ ହେବା ପରେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭାକ୍ସିନ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ହେବ ।

ସେହି ମାସରେ ହିଁ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି Pfizer-BioNtechର ଟିକାକୁ ଭାରତରେ ଗ୍ରୀନ ସିଗନାଲ ମିଳେ , ତେବେ ଏହା ମଧ୍ୟ ପିଲାମାନଙ୍କ ପାଇଁ ଟିକାର ଏକ ବିକଳ୍ପ ହୋଇପାରେ । ଦିଲ୍ଲୀ AIIMS ଏହି ପରୀକ୍ଷା ପାଇଁ ପିଲାମାନଙ୍କୁ ସ୍କ୍ରିନିଂ ଆରମ୍ଭ କରିସାରିଛି । ଜୁନ୍ ୭ରେ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା ।

୨ରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପୂର୍ବରୁ ମେ ୧୨ରେ ରେ, DCGI ଭାରତ ବାୟୋଟେକକୁ ଦୁଇ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନ୍ ର ଦ୍ୱିତୀୟ ପର୍ଯ୍ୟାୟ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଦେଇଥିଲା ଅନୁମତି । ଡଃ ଗୁଲେରିଆ କହିଛନ୍ତି ବର୍ତ୍ତମାନ ବିଦ୍ୟାଳୟ ଖୋଲିବାକୁ ଚିନ୍ତା କରାଯଉଛି । କରିବା ବି ବା ଉଚିତ, କିନ୍ତୁ ଏଥି ସହିତ ଧ୍ୟାନ ଦିଆଯାଉ ଯେ, ଅନୁଷ୍ଠାନ ଗୁଡିକ ଯେପରି ସୁପର-ସ୍ପ୍ରେଡର ନହୁଏ ।

ସେ କହିଛନ୍ତି ଯେ ଅଣ-କଣ୍ଟେଣ୍ଟମେଣ୍ଟ ଜୋନ୍ ଅଞ୍ଚଳରେ ଦିନେ ଛାଡି ଦିନେ ସ୍କୁଲକୁ ଡକାଯିବ ଉଚିତ୍ । ତେବେ ସେ ଆହୁରି କହିଛନ୍ତି ଯେ, ତୃତୀୟ ଲହର ପିଲାଙ୍କ ପ୍ରତି ବେଶି ଘାତକ ସାଜି କରିନପାରେ । ତାଙ୍କ ମତରେ ଏକ ରିସର୍ଚ୍ଚରୁ ଜଣାପଡିଛି ପିଲାଙ୍କ ମଧ୍ୟରେ ହାଇ ସେରୋ ପଜିଟିଭିଟି ଜଣାପଡିଛି । ଅର୍ଥାତ୍ ସେମାନଙ୍କ ଶରୀରରେ ଅଧିକ ମାତ୍ରାରେ ଆଣ୍ଟିବଡି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.