ଦେଶରେ ଜଟିଳ ହେବାରେ ଲାଗିଛି କରୋନା ସ୍ଥିତି, କାହିଁକି ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ? କାରଣ କହିଲେ ଏମ୍ସ ନିର୍ଦ୍ଦେଶକ

Published By : Prameya-News7 Bureau | April 17, 2021 IST

ନୂଆଦିଲ୍ଲୀ ୧୭।୦୪: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ମହାମାରୀର ଦ୍ଵିତୀୟ ଲହର ଏତେ ଘାତକ ରୂପ ନେଲାଣି ଯେ, ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ନର୍ସ ମଧ୍ୟ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। ଏହା ମଧ୍ୟରେ ଦିଲ୍ଲୀ ସ୍ଥିତ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ, ଦେଶରେ ଅନେକ କାରଣରୁ କରୋନା ସଂକ୍ରମଣ ବଢିବାରେ ଲାଗିଛି। କିନ୍ତୁ ଏଥିରେ ଦୁଇଟି ପ୍ରମୁଖ କାରଣ ରହିଥିବା ସେ କହିଛନ୍ତି।

ଗୁଲେରିଆ କହିଛନ୍ତି, ଜାନୁଆରୀ/ଫେବୃଆରୀରେ ଯେବେ ଟିକାକରଣ ଆରମ୍ଭ ହେଲା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଲା, ଲୋକେ କୋଭିଡ୍ ନିୟମ ପାଳନ କରିବା ବନ୍ଦ କରି ଦେଲେ। ଫଳରେ ବର୍ତ୍ତମାନ ସଂପ୍ରତି ଡବଲ ମ୍ୟୁଣ୍ଟେଟ୍ ଭାରରସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ସ୍ଵାସ୍ଥ୍ୟ ବ୍ୟବସ୍ଥାର ସିଷ୍ଟମ ଉପରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହସ୍ପିଟାଲଗୁଡିକରେ ବେଡ୍ ସଂଖ୍ୟା ବଢାଇବା ଜରୁରୀ। ଆମକୁ ଯେମିତି ହେଲେ ସଂକ୍ରମିତଙ୍କ ସଂଖ୍ୟାକୁ ହ୍ରାସ କରିବାକୁ ପଡିବ ବୋଲି ଗୁଲେରିଆ କହିଛନ୍ତି।

wp:html /wp:html

ସେ କହିଛନ୍ତି, ବର୍ତ୍ତମାନ ଏମିତି ସମୟ , ଯେଉଁ ସମୟରେ ଆମ ଦେଶରେ ଅନେକ ଗୁଡାଏ ଧାର୍ମିକ ପାର୍ବଣ ପାଳନ କରାଯାଉଛି। ସେପଟେ ନିର୍ବାଚନ ମଧ୍ୟ ଚାଲିଛି। ଆମକୁ ବୁଝିବାକୁ ପଡିବ ଯେ, ଜୀବନ ମଧ୍ୟ ବହୁତ ମୂଲ୍ୟବାନ। ଆମେ ଏହାକୁ କଟକଣା ଏବଂ ଉଚିତ୍ ପ୍ରକ୍ରିୟାରେ ପାଳନ କରାଯାଇ ପାରିବା, ଯଦ୍ଵାରା ଧାର୍ମିକ ଭାବନା ଆଘାତ ହେବ ନାହିଁ ଏବଂ କୋଭିଡ୍‌ପ୍ରୋଟୋକଲ ମଧ୍ୟ ପାଳନ କରାଯାଇ ପାରିବ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.