Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସାବଧାନ ! ଆସନ୍ତା ଦୁଇ ମାସ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହର : ଏମ୍ସ ନିର୍ଦ୍ଦେଶକ

19/06/2021 at 1:51 PM

ନୂଆଦିଲ୍ଲୀ ୧୯।୬: ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା କରୋନାର ଦ୍ବିତୀୟ ଲହରର ପ୍ରକୋପ କମ୍ ହେବା ଭଳି ମନେ ହେଉଥିବା ବେଳେ ଏବେ ତୃତୀୟ ଲହର ଭୟ ଲୋକଙ୍କୁ ଡରାଇବାକୁ ଆରମ୍ଭ କରିଛି । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ଆସନ୍ତା ୬ରୁ ୮ସପ୍ତାହ ମଧ୍ୟରେ ଅର୍ଥାତ ୨ ମାସ ମଧ୍ୟରେ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆସିପାରେ ।

ଏକ ନ୍ୟୁଜ୍ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ଏମ୍ସ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ଲହରରେ ଭାରତରେ ଡାକ୍ତରଖାନାଗୁଡିକରେ ବେଡ୍ ଅଭାବ ସହିତ ଚିକିତ୍ସା ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଏମ୍ସ ମୁଖ୍ୟ ଆସନ୍ତା ୨ ମାସ ମଧ୍ୟରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଦେଇଛୁ । ପୁଣି ଥରେ କରୋନା ନିୟମ ପାଳନ କରିବାରେ ଅବହେଳା ଦେଖିବାକୁ ମିଳୁଛି । ଏମିତି ଲାଗୁଛି ଯେପରି ପ୍ରଥମ ଏବଂ ଦ୍ବିତୀୟ ଲହରରେ ଯାହା ଘଟିଥିଲା ସେଥିରୁ ଆମେ କିଛି ଶିଖିଲୁ ନାହିଁ । ପୁଣି ଭିଡ ଦେଖିବାକୁ ମିଳୁଛି । ଲୋକମାନେ ଏକାଠି ହେଉଛନ୍ତି । ଜାତୀୟ ସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାକୁ ସମୟ ଲାଗିବ, କିନ୍ତୁ ଆସନ୍ତା ୬ରୁ ୮ ସପ୍ତାହ କିମ୍ବା କିଛି ସମୟ ପରେ ସଂକ୍ରମଣ ବଢିବାରେ ଲାଗିବ ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ହେତୁ ସାରା ବିଶ୍ବରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଛନ୍ତି । ଏଥିମଧ୍ୟରୁ ୫୦ ପ୍ରତିଶତ ଭାରତ, ଆମେରିକା, ବ୍ରାଜିଲ, ଋଷ ଏବଂ ମେକ୍ସିକୋର । ସେହିଭଳି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ଦ୍ବାରା ୬୦ ହଜାର ୭୫୩ ଲୋକ ସଂକ୍ରମିତ ହୋଇଛନ୍ତି । ଏହାପରେ ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ୍ ହ୍ରାସ ପାଇ ୭ ଲକ୍ଷ ୬୦ ହଜାରକୁ ଖସି ଆସିଛି ।

   Related Posts