ବର୍ଦ୍ଧିତ ମାଟ୍ରିକ୍ ପରୀକ୍ଷା ଫି ପ୍ରତ୍ୟାହାର ଦାବିରେ ଛାତ୍ର ସଂଗଠନ ଏଆଇଡିଏସଓର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 15, 2019 IST

କଟକ ୧୫।୧୧: ମାଟ୍ରିକ ପରୀକ୍ଷା ପାଇଁ ହୋଇଥିବା ଫି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରିଛି ଛାତ୍ର ସଂଗଠନ ଏ ଆଇ ଡି ଏସ ଓ । ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ସଂଗଠନ ପକ୍ଷରୁ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ଦାବି କରିଛି ଯେ, ଫୋନି ଏବଂ ବୁଲ୍‌ବୁଲ୍‌ ବାତ୍ୟା କାରଣରୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସାଧାରଣ ଲୋକମାନେ ଏବେବି ସମସ୍ୟା ଭୋଗୁଛନ୍ତି, ଏପରି ସ୍ଥଳେ ପରୀକ୍ଷା ଫି ବୃଦ୍ଧି କରିବା ଆଦୌ ଗ୍ରହଣୀୟ ନୁହେଁ, ତାସହିତ ଏ ଆଇ ଡି ଏସ ଓ ଏହା ମଧ୍ୟ ଦାବି ରଖିଛି ଯେ, ପ୍ରଥମ ଶ୍ରେଣୀରୁ ମାଟ୍ରିକ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ପରୀକ୍ଷା ବାବଦୀୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ । ଏସମସ୍ତ ଦାବି ପୂରଣ ନହେଲେ ରାଜ୍ୟ ତମାମ ଛାତ୍ର ଆନ୍ଦୋଳନ କରାଯିବ ଏବଂ ସରକାରୀ କଳକୁ ଅଚଳ କରିଦେବାକୁ ଏହି ଛାତ୍ର ସଂଗଠନ ଚେତାବନୀ ମଧ୍ୟ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.