Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କଲେଜରେ ଛାତ୍ରଛାତ୍ରୀଙ୍କର ହେବ ଏଡସ ଟେଷ୍ଟ, ମାମଲା ବଢିବା ପରେ ସରକାର ନେଲେ ନିଷ୍ପତ୍ତି

2/12/2021 at 1:40 PM

ଅଗରତାଲା, ୦୨/୧୨: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ବୁଧବାର ରାଜ୍ୟରେ ଏଚଆଇଭି ଟେଷ୍ଟ୍ ନେଇ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିପ୍ଳବ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦରକାର ହେଲେ କଲେଜରେ ମଧ୍ୟ ଟେଷ୍ଟ କରିବାକୁ କହିଛନ୍ତି । ଅଗରତାଲାରେ ଏଡସ୍ ମାମଲା ବଢୁଛି । ସଂକ୍ରମିତ ଇଞ୍ଜେକ୍ସନ ଦ୍ୱାରା ଡ୍ରଗ୍ସ ସେବନ ପାଇଁ ଏପରି ହୋଇଥିବାରୁ ସେ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ, ମୁଖ୍ୟମନ୍ତ୍ରୀ ଏଡସ ଦିବସ ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ସଙ୍ଗନ ତଥ୍ୟ ଦେଇଛି । ଯାହା ଚିନ୍ତାଜନକ । ରାଜ୍ୟରେ ଏଚଆଇଭି ମାମଲା ଲଗାତର ବଢୁଛି । ଦରକାର ହେଲେ କଲେଜରେ ଏଡସ ପରୀକ୍ଷା ପାଇଁ ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଅନେକ ମାମଲା ଅଗରତାଲାର ବିଭିନ୍ନ କଲେଜରୁ ଆସୁଛି । ଯାହା ଚିନ୍ତା ବଢାଇ ଦେଇଛି । କଲେଜରେ କିପରି ଡ୍ରଗ୍ସ ପହଁଚୁଛି ତାର ତଦନ୍ତ ହେବ ବୋଲି ସେ କହିଛନ୍ତି । ଆବଶ୍ୟକ ହେଲେ ପୋଲିସ ଏହି ମାମଲାରେ ସହଯୋଗ କରିବ ବୋଲି ସେ କହିଛନ୍ତି ।

ବିପ୍ଳବ ଆହୁରି କହିଛନ୍ତି ଯେ, ଏହି ଲଢେଇରେ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି । ସ୍ଥିତିକୁ ଏଠାରେ ରୋକିବା ଦରକାର । ଆଗାମୀ ଦିନରେ ଅଧିକ ନିଶା ନିବାରଣ କେନ୍ଦ୍ର ସ୍ଥାପନ କରାଯିବାକୁ ଯୋଜନା ଥିବା ସେ କହିଛନ୍ତି ।

   Related Posts