Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ପ୍ରାର୍ଥୀ ଚୟନ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି

13/02/2019 at 8:45 AM

ଭୁବନେଶ୍ବର ୧୩|୨: ପ୍ରାର୍ଥୀ ଚୟନ ପାଇଁ ଆଜି ଓଡ଼ିଶା ଆସିବ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି। ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଚଳିତମାସ ଶେଷ ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ଦେଇଥିବାବେଳେ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟିଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସାଥୀଶାନ୍ ଓ ସଦସ୍ୟ ନୌଶାଦ ସୋଲାଙ୍କି ପ୍ରାର୍ଥୀ ଚୟନ ସମ୍ପର୍କରେ ମତାମତ ଓ ତଥ୍ୟ ସଂଗ୍ରହ କରିବାକୁ ଆଜି ଆସୁଛନ୍ତି। ଉଭୟ ନେତା  ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ।

କମିଟି ସଦସ୍ୟ ଶ୍ରୀ ସୋଲାଙ୍କି ଆଜି ବ୍ରହ୍ମପୁର ଗସ୍ତ କରି ଆସିକା ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ, ୧୪ ତାରିଖରେ ନବରଙ୍ଗପୁର ଠାରେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୧୫ ତାରିଖରେ ଜୟପୁରଠାରେ କୋରାପୁଟ ଲୋକସଭା ଓ ଏହାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଗ୍ରହଣ କରିବେ।

ତେବେ ସ୍କ୍ରିନିଂ କମିଟି ସଦସ୍ୟଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଟିକେଟ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଥିବା ଟ୍ବିଟ୍ କୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟର ପ୍ରମୁଖ୍ୟ କଂଗ୍ରେସ ନେତା ତଥା ଖୋଦ୍  ପିସିସି ସଭାପତି । କାରଣ ଲଗାତର ତିନି ଥର ନିର୍ବାଚନ ହାରିଥିବା ପ୍ରାଥୀଙ୍କୁ ଏଥର ଟିକେଟ ମିଳିବ ନାହିଁ ବୋଲି ଟ୍ବିଟ୍  କରିଛନ୍ତି ରାହୁଲ ଗାନ୍ଧୀ । ତେଣୁ ସ୍କ୍ରିନିଂ କମିଟି ଓ ରାଜ୍ୟ କଂଗ୍ରେସ ନେତା ଏହି ଅବସରରେ ରାହୁଲଙ୍କ ଟ୍ବିଟ୍  ବିଷୟରେ ଆଲୋଚନା କରିପାରନ୍ତି । 

   Related Posts