ଜୁନ ୨୩ରେ କଂଗ୍ରେସକୁ ମିଳିବେ ନୂଆ ଅଧ୍ୟକ୍ଷ ! ସି଼ଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ, ୧୦/୦୫: ନିକଟରେ ସରିଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏହି ପରାଜୟର ସମୀକ୍ଷା ପାଇଁ ସୋମବାର କେନ୍ଦ୍ରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ସୂଚନା ଦେଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଜୁନ ୨୩ରେ ଦେଶର ସର୍ବପୁରାତନ ଦଳକୁ ନୂଆ ଅଧ୍ୟକ୍ଷ ମିଳିବ ବୋଲି ଆଭାସ ମିଳିଛି ।

କଂଗ୍ରେସର ଅନ୍ତରୀଣ ନିର୍ବାଚନ ବାବଦରେ ବୈଠକରେ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଜୁନ ୨୩ରେ ମତଦାନ ହେବ । ଦଳର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳ ଏନେଇ ଘୋଷଣା କରିଛନ୍ତି । ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ସମସ୍ତଙ୍କୁ ଧକ୍କା ଲାଗିଛି । ନିର୍ବାଚନ ପରିଣାମ ନୈରାଶ୍ୟଜନକ ଅଟେ । ଏହାସହ ସେ ପରାଜୟର ରିପୋର୍ଟ ଦେବାକୁ ସେ କହିଛନ୍ତି ।

ସୋନିଆ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସର୍ବଦୈଳୀୟ ବୈଠକ ଡାକିବା ଆବଶ୍ୟକ । ଏହାସହ ସେ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କର୍ମୀଙ୍କୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.