ଭୁବନେଶ୍ବର ୨୩।୧୧: ଆଜି କଂଗ୍ରେସର ଭାରତ ବଞ୍ଚାଅ ସମାବେଶ । ଅର୍ଥନୈତିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ବିରୋଧରେ ଆଜି ଏକ ବିରାଟ ପ୍ରତିବାଦ ସଭା କରିବ କଂଗ୍ରେସ ।
{"id":121251,"sizeSlug":"large"}ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ପ୍ରତିବାଦ ସଭା । ପ୍ରତିବାଦ ପରେ ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବ କଂଗ୍ରେସ ।
{"id":188482,"sizeSlug":"large"}ଏଥିରେ ଏଆଇସିସି ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସ ମୁନ୍ସୀ ମଧ୍ୟ ଯୋଗଦେବେ । ତେବେ ଦୀପା ଦାସ ମୁନ୍ସୀ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି ।