Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ପରୀ ମାମଲାରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ଆକ୍ଷେପ-‘ବିଜେଡି-ବିଜେପି ଭାଇ-ଭଉଣୀ’, ଜବାବ ରଖିଲା ବିଜେପି

6/12/2020 at 5:43 PM

ଭୁବନେଶ୍ୱର ୦୬।୧୨: ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନାଁ ନେଉନି ।  ଆଜି ଆକ୍ଷେପର କେନ୍ଦ୍ରରେ ଥିଲା ରାଜନୈତିକ ମୈଦାନରେ କିଏ ଭାଇଭଉଣୀ ହୋଇ ଚାଲୁଛନ୍ତି।  ଗତକାଲି ନୟାଗଡ ଗସ୍ତ କରି ପରୀ ପରିବାରକୁ ଭେଟିଥିବା କଂଗ୍ରେସ ରାଜ୍ୟ ପ୍ରଭାରି ଚେଲ୍ଲାକୁମାର ଆଜି ପ୍ରେସମିଟ କରି କହିଛନ୍ତି  ବିଜେପି ଠାରୁ କଂଗ୍ରେସ ଅଧିକ ଏହି ପ୍ରସଙ୍ଗରେ ବିବ୍ରତ। ବିଜେବି- ବିଜେଡି ଭିତରେ ସଂପର୍କ ଥିବା ଆରୋପ ଲାଗାଇଛନ୍ତି । ଯାହାର ଜବାବ ରଖିଛି ବିଜେପି ।

ବିଜେଡି ବିଜେପି ଭାଇ-ଭଉଣୀ । ବିଜେଡି- ବିଜେପିର ଏକ ଅଂଶ । ଉଭୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ । ଏମିତି କିଛି ଆକ୍ଷେପ କରିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର। ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଗତକାଲି ସରଜମିନ ଅନୁଧ୍ୟାନ କରିଥିବା ଚେଲ୍ଲାକୁମାର ଆଜି ପ୍ରେସମିଟରେ କହିଛନ୍ତି ବିଜେପି  ଘଟଣାକୁ  ଦିଗହରା କରୁଛି, ଦୋଷୀକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି । ପରୀ ପ୍ରସଙ୍ଗ ପ୍ରଥମେ ଉଠାଇଥିଲା କଂଗ୍ରେସ । ନୟାଗଡରୁ ବିଧାନସଭା ଯାଏ ଦାବି ଉଠାଇଥିଲା । କଂଗ୍ରେସର ଦାବିରେ ହିଁ ହାଇକୋର୍ଟଙ୍କ ତତ୍ତ୍ବଧାନରେ ଏସଆଇଟି ତଦନ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ହେଲେ ବିଜେପି ରାଜ୍ୟ ସରକାରଙ୍କ ସୁରକ୍ଷା କବଚ ସାଜିଛି ବୋଲି ଚେଲ୍ଲାକୁମାର କହିଛନ୍ତି। ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଚିଟଫଣ୍ଡ ଠାରୁ ଇତିଶ୍ରୀ ହତ୍ୟାକାଣ୍ଡରେ କଣ ଫଳାଫଳ ବାହାରିଛି ବୋଲି ପ୍ରଶ୍ନ କରିଛି  । ବିଜେପିକୁ ଖୋଲା ବିତର୍କକୁ ଆସିବାକୁ  ଆହ୍ବାନ ଦେଇଛନ୍ତି ଚେଲ୍ଲା କୁମାର।

ଚେଲ୍ଲା କୁମାରଙ୍କ ଆରୋପର ଜବାବ ଦେଇ ବରୋଧି ଦଳ ନେତା ପ୍ରଦୀପ୍ତ ନାଏକ କଂଗ୍ରେସକୁ ପାଲଟା ପ୍ରଶ୍ନ କରିଛନ୍ତି। କାହାର କାହା ସହ ବୁଝାମଣା ଅଛି ସେ ନେଇ ଚେଲ୍ଲା କୁମାର କଂଗ୍ରସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ସୁରେଶ ରାଉତରାୟ ଙ୍କୁ ପଚାରନ୍ତୁ କହିଛି । କୁନ୍ଦୁଲି ଘଟଣାରେ କାହିଁକି ଏସ ଆଇ ଟି ତଦନ୍ତ କୁ ବିରୋଧ କରୁଥିଲେ ସି ଏଲ ପି ଲିଡ଼ର ବୋଲି ପ୍ରଶ୍ନ କରିଛି ବିଜେପି। ପରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ହେଉ। ସେପଟେ ବିଜେଡିର କୈଣସି ପତିକ୍ରିୟା ମିଳିପାରିନାହିଁ ।

ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ କରିଥିବା ଆକ୍ଷେପକୁ ପ୍ରତିବାଦ କରି କଂଗ୍ରେସ କୋର୍ଟ ନୋଟିସ ପଠାଇବାକୁ ଧମକ ଦେଇଛି। ପରୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ପଇସା ନେଇ ଚୁପ ହୋଇଗଲେ ବୋଲି ଆକ୍ଷେପ କରିଥିଲେ ସମ୍ବିତ। ଯାହାକୁ ନେଇ କଂଗ୍ରେସ ବାରମ୍ବାର କୋର୍ଟ ଧମକ ଦେଉଛି। ସେପଟେ ବିଜେପି କହିଛି ଧମକକୁ ଆମେ ଡରିନୁ।  

   Related Posts