Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏସପିଜି ହଟିବା ପରେ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି, ଘରେ ପଶିଲେ ଅଜ୍ଞାତ ଲୋକେ

2/12/2019 at 6:11 PM

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଜଣାପଡିଛି। ଗାନ୍ଧି ପରିବାରକୁ ପୂର୍ବରୁ ମିଳୁଥିବା ଏସପିଜି ସୁରକ୍ଷା ସରକାର ହଟାଇନେଇଛନ୍ତି। ଏସପିଜି ବଦଳେ ଏବେ ଜେଡ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ସିଆରପିଏଫ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ସତ୍ତ୍ୱେ ପ୍ରିୟଙ୍କା ଗାନ୍ଧିଙ୍କ ବାସଭବନକୁ ଅଜ୍ଞାତ ଲୋକେ ପଶିଥିଲେ ବୋଲି ଏବେ ଜଣାପଡିଛି।

ଗତ ସପ୍ତାହରେ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡିଛି। ପ୍ରିୟଙ୍କାଙ୍କ ଲୋଧି ରୋଡସ୍ଥିତ ଘରେ ଗତ ସପ୍ତାହରେ କିଛି ଅଜ୍ଞାତ ଲୋକେ ପଶିଯାଇଥିଲେ। ଲୋକେ ବିନା ପୂର୍ବ ସୂଚନାରେ ତାଙ୍କ ଘରକୁ ପଶି ଆସିବା ସହ ସେଲ୍ଫି ନେବାକୁ କହିଥିଲେ। ଏ ନେଇ ପ୍ରିୟଙ୍କାଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଆରପିଏଫରେ ଅଭିଯୋଗ କରାଯାଇଥିବା ଜଣାପଡିଛି।

ଗତମାସରେ କେନ୍ଦ୍ର ସରକାର ଗାନ୍ଧି ପରିବାରର ସ୍ପେଶାଲ ପ୍ରୋଟେକ୍ସନ ଗୃପ (ଏସପିଜି) ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ସିଆରପିଏଫ ଏହି ସୁରକ୍ଷା ଯୋଗାଇ ଦେଉଥିବା ବେଳେ ସୁରକ୍ଷାରେ ଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷିତ କମାଣ୍ଡୋଙ୍କ ଦ୍ୱାରା ସାରା ଦେଶରେ ସୁରକ୍ଷା ଯୋଗାଇଦେଉଛନ୍ତି।  

   Related Posts