Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଉତ୍ତରପ୍ରଦେଶରେ ମେଣ୍ଟର ସଂକେତ ଦେଲା କଂଗ୍ରେସ୍, ପ୍ରିୟଙ୍କା କହିଲେ ବିଧାନସଭା ନିର୍ବାଚନ ଲାଗି ପାର୍ଟିର ଦ୍ୱାର ଖୋଲା

18/07/2021 at 3:59 PM

ଲକ୍ଷ୍ନୌ ୧୮।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ  କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ବଡ଼ ସୂଚନା ଦେଇଛନ୍ତି। ଆଗାମୀ ନିର୍ବାଚନମାନଙ୍କରେ ଆମେ ପରିସ୍ଥିତିକୁ ନେଇ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସରେ ସଂକିର୍ଣ୍ଣତାର ସ୍ଥାନ ନାହିଁ। ଏବେ ବିଜେପି ଦେଶ ଲାଗି ସବୁଠୁ ବଡ଼ ଚାଲେଞ୍ଜ ଓ ନିର୍ବାଚରେ ତାକୁ ହରାଇବାକୁ ହେବ। ଏଥିପାଇଁ ଆବଶ୍ୟକ ସ୍ଥଳେ ମେଣ୍ଟର ସାହାର ନିଆଯାଇପାରେ ବୋଲି ସେ କହିଛନ୍ତି।

ତେବେ ଆମେ ଏପରି କୌଣସି ପଦକ୍ଷେପ ନେବୁ ନାହିଁ ଯେଉଁଥିରେ ପାର୍ଟି ଓ ସଙ୍ଗଠନର ସ୍ୱାର୍ଥକୁ ଆଞ୍ଚ ଆସିବ। ହେଲେ ଏବେଠୁ କିଛି ଆକଳନ କରିବା ମଧ୍ୟ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ଗସ୍ତକାଳରେ ପ୍ରିୟଙ୍କା ଶନିବାର ଲକ୍ଷ୍ମୀପୁର ଖୀରି ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ଗତ ବ୍ଲକ ମୁଖ୍ୟ ନିର୍ବାଚନରେ ଅଭଦ୍ରତାର ଶିକାର ହୋଇଥିବା ମହିଳାମାନଙ୍କୁ ମଧ୍ୟ ଭେଟିଥିଲେ।

ଘଟଣାରେ ପ୍ରିୟଙ୍କା ବ୍ୟଥିତ ହେବା ସହ ସେମାନଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ। ଏହା ପୂର୍ବରୁ ପ୍ରିୟଙ୍କା ରାଜଧାନୀ ଲକ୍ଷ୍ନୌ ଜିପିଓସ୍ଥିତ ମହାତ୍ମା ଗାନ୍ଧି ମୂର୍ତ୍ତି ନିକଟରେ ମୌନ ଧାରଣା ଦେଇଥିଲେ। ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏଣୁ ରାଜ୍ୟରେ ଶାସକ ଦଳ ବିଜେପି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରୁ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ବିରୋଧ ଓ ବିକ୍ଷୋଭକୁ ନିର୍ବାଚନ ପ୍ରଚାରର ରଣନୀତି କରିଛି।  

   Related Posts