Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଘନଉଥିବା ଆର୍ଥିକ ସଂକଟ ନେଇ ମୋଦିଙ୍କୁ ପୁଣି ପତ୍ରଲେଖି ସତର୍କ କଲେ ସୋନିଆ, ଦେଇଛନ୍ତି ୫ ପ୍ରସ୍ତାବ

25/04/2020 at 6:40 PM

ନୂଆଦିଲ୍ଲୀ ୨୫।୪:  ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଏକ ପତ୍ର ଲେଖିଛନ୍ତି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ଦେଶ ଉପରେ ଘନଉଥିବା ଆର୍ଥିକ ସଂକଟ ନେଇ ସୂଚିତ କରିଥିବା ବେଳେ ଉପୁଜିବାକୁ ଯାଉଥିବା ପରିସ୍ଥିତିର ମୁକାବିଲା ଲାଗି ୫ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ସୋନିଆ ତାଙ୍କ ପତ୍ରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋ (ଏମଏସଏମଇ) କ୍ଷେତ୍ରଲାଗି ଉଦବେଗ ପ୍ରକାଶ କରିଛନ୍ତି। ଏଭଳି ଉଦ୍ୟୋଗ ଲାଗି ଲକଡାଉନର ଗୋଟିଏ ଦିନ କହିଲେ ୩୦ ହଜାର କୋଟି ଟଙ୍କାର କ୍ଷତି ବୋଲି ଉଲ୍ଲେଖ କରିଛନ୍ତି। ସାଧାରଣ ଦିନରେ ଏମଏସଏମଇ ଲାଗି ମିଳୁଥିବା ଅଧିକାଂଶ ଅର୍ଡର ଏବେ ଶେଷ ହୋଇଯାଇଛି। ଯାହାର ପ୍ରଭାବ ଏବେ ସିଧା ସେମାନଙ୍କ କାମ ଧନ୍ଦା ଉପରେ ପଡିବ। ଏଣୁ ଦେଶର ଏହି କ୍ଷେତ୍ର ଉପରେ ନିର୍ଭର କରୁଥିବା ୧୧ କୋଟି ଲୋକହଙ୍କ ଜୀବିକା ବିପନ୍ନ ହୋଇପାରେ ବୋଲି ସୋନିଆ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ପତ୍ରରେ ସୋନିଆ ଆମେ କୋଭିଡ-୧୯ ବିରୋଧରେ ସଂଗ୍ରାମ ଚଳାଇଥିବା ବେଳେ ଗତ ୫ ସପ୍ତାହ ହେଲା ଦେଶ ବିଭିନ୍ନ ଆହ୍ୱାନର ମୁହାଁମୁହିଁ  ସମ୍ମୁଖୀନ ହେଉଥିବା କହିଛନ୍ତି। ତେବେ ଆର୍ଥିକ ଦିଗରୁ ସମ୍ମୁଖୀନ ହେଉଥିବା ଆହ୍ୱାନର ଯଦି ତୁରନ୍ତ ମୁକାବିଲା କରାନଯାଏ ତେବେ ଆଗକୁ ଅର୍ଥନୀତି ଗୁରୁତର ସଂକଟ ସମ୍ମୁଖୀନ ନ ହେବା ତାହା କହିହେବ ନାହିଁ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିରେ ଏମଏସଏମଇ କ୍ଷେତ୍ର ଲାଗି ତୁରନ୍ତ ୧ଲକ୍ଷ କୋଟି ଟଙ୍କାର ମଜୁରି ପ୍ୟାକେଜ୍ ଘୋଷଣା ଜରୁରି ବୋଲି ସୋନିଆ ପ୍ରଧାନମନ୍ତ୍ରୀଙ୍କୁ ପତ୍ରରେ ଜଣାଇଛନ୍ତି।

ଏଭଳି ସଂସ୍ଥାଙ୍କ ଲାଗି ୧ ଲକ୍ଷ କୋଟି ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଲାଗି ମଧ୍ୟ ସୋନିଆ ପତ୍ରରେ ନିବେଦନ କରିଛନ୍ତି। ଏହା ଦ୍ୱାରା ସମ୍ପୃକ୍ତ କ୍ଷେତ୍ରକୁ ଆବଶ୍ୟକ ନଗଦ ମିଳିବା ସହ ପୁଞ୍ଜି ଆବଶ୍ୟକତା ପୂରଣରେ ସହାୟକ ହେବ ବୋଲି କହିଛନ୍ତି। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅର୍ଥବ୍ୟବସ୍ଥା ଲାଗି ଯାହାବି ପଦକ୍ଷେପ ନେଇଛନ୍ତି ତାହା ବାଣିଜ୍ୟିକ ବ୍ୟାଙ୍କମାନଙ୍କ କାର୍ଯ୍ୟକଳାପରେ ଦେଖାଯିବା ଜରୁରି। ଏହା ଦ୍ୱାରା ଠିକ୍ ସମୟରେ ଏଭଳି ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗଙ୍କୁ ଉଦ୍ଧାର ମିଳିପାରିବ ବୋଲି କହିଛନ୍ତି ସୋନିଆ।

ସେହିପରି ଏହି କ୍ଷେତ୍ର ଲାଗି ଆରବିଆଇ ଧାର୍ଯ୍ୟ କରିଥିବା ମୋର୍ଟାରିୟମ ଅବଧି ସମ୍ପ୍ରସାରଣର ମଧ୍ୟ ନିହାତି ଆବଶ୍ୟକତା ଥିବା ସୋନିଆ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଣୁ ଅର୍ଥନୀତିକୁ ସୃଦୃଢ କରିବା ଲାଗି ସରକାର ଅନ୍ୟ ଦିଗମାନଙ୍କ ପ୍ରତି ମଧ୍ୟ ଧ୍ୟାନ ଦେବାର ଏବେ ଆବଶ୍ୟକତା ଥିବା ସୋନିଆ ପ୍ରଧାନମନ୍ତ୍ରୀଙ୍କୁ ପତ୍ରରେ ସୂଚିତ କରିଛନ୍ତି।  

   Related Posts