ସୋନିଆ ଗାନ୍ଧି ଅସୁସ୍ଥ, ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ ୨।୨:  ଅଖିଳଭାରତୀୟ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ରବିବାର ସନ୍ଧ୍ୟାରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲକୁ ଯିବା ରାଜଧାନୀରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ସୋନିଆ ରୁଟିନ ଚେତଅପ ଲାଗି ହସ୍ପିଟାଲକୁ ଯାଇଥିବା ଜଣାପଡିଛି। ଡାକ୍ତରମାନେ ସୋନିଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ସେ ପୁଣି ଫେରିଆସିଛନ୍ତି।

ଅତୀତରେ ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କର ନିଶ୍ୱାସପ୍ରଶ୍ୱସ ଜନିତ ସମସ୍ୟା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ରବିବାର ସନ୍ଧ୍ୟାରେ ଅଚାନକ ହସ୍ପିଟାଲ ପହଞ୍ଚିବା ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.