ଦକ୍ଷିଣ ଭାରତରେ ବିଜେପିକୁ ବଡ ଝଟକା : ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କଲା AIADMK

Published By : Prameya-News7 Bureau | January 31, 2019 IST

ପୁଡୁଚେରୀ ୩୧/୧ : ଦକ୍ଷିଣ ଭାରତୀୟ ଦଳ AIADMK ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ମନା କରିଦେଇଛି | AIADMK ତାମିଲନାଡୁର ୩୯ଟି ଆସନରେ ଏକା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି | ଦଳର ପ୍ରବକ୍ତା ସି. ପୋନିୟନ କହିଛନ୍ତି ଯେ, ଦଳ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବା ପାଇଁ ଚାହୁଁନି | ସେ କହିଛନ୍ତି ଯେ, ଦଳର କର୍ମୀ ଏନେଇ ଅସନ୍ତୁଷ୍ଟ ଅଛନ୍ତି | କର୍ମୀଙ୍କ କହିବାନୁଯାୟୀ, ନରେନ୍ଦ୍ର ମୋଦି ତାମିଲନାଡୁର ହିତ ପାଇଁ କିଛି ପଦକ୍ଷେପ ନେଇ ନାହାନ୍ତି |


AIADMK ତାମିଲନାଡୁ ଏବଂ ପୁଡୁଚେରୀରୁ ଇଛୁକ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ଦଳ ପକ୍ଥିଷରୁ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ପନିରସ୍ୱେଲ୍ବମ୍ ଏବଂ ସଂଯୁକ୍ତ ନିର୍ଦେଶକ କେ. ପଲାନିସ୍ୱାମୀଙ୍କ ତରଫରୁ ଜାରି କରାଯାଇଥିବା ଏକ ବୟାନ ଅନୁସାରେ, ଇଛୁକ ପ୍ରାର୍ଥୀଙ୍କୁ ଫେବୃଆରୀ ୪ତାରିଖରୁ ଫେବୃଆରୀ୧୦ ତାରିଖ ମଧ୍ୟରେ ଆବେଦନ ପଠାଇବାକୁ ହେବ |


ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ AIADMK ସହ ବିଜେପି ମହାମେଣ୍ଟ କରିବାକୁ ଚାହୁଁଚି ବୋଲି ଏହି ଘୋଷଣା ପୂର୍ବରୁ ଶୁଣିବାକୁ ମିଳିଥିଲା | ପଲାନିସ୍ୱାମୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ପନିରସ୍ୱେଲ୍ବମ୍ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି |


ଦଳ ତରଫରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶ ଯାଇଛି ଯେ, ନିର୍ବାଚନ ଲଢ଼ିବା ପାଇଁ ଇଛୁକ ପ୍ରାର୍ଥୀ ଆବେଦନ ପାଇଁ ୨୫ ହଜାର ଟଙ୍କା ଜମା କରିବାକୁ ହେବ | AIADMK ଦଳର ନେତା କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ମଧ୍ୟ ସେମାନେ ଚେଷ୍ଟା କରିବେ ଯେଭଳି ୨୦୧୪ ନିର୍ବାଚନ ବେଳେ AIADMK ଦଳ ୩୯ ଆସନରୁ ୩୭ ଆସନରେ ବିଜୟୀ ହୋଇଥିଲା ସେମିତି ସଫଳତା ପାଇବା ପାଇଁ | ୩୯ ଆସନ ମଧ୍ୟରୁ ଗୋଟିଏ ଆସନ ବିଜେପି ଏବଂ ଗୋଟିଏ ଆସନ ପିଏମକେ ଜିତିଥିଲେ | ଅନ୍ନାଦ୍ରମୁକ ୨୦୧୪ ଲୋକସଭା ନିର୍ବାଚନ ତତ୍କାଳୀନ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନେତୃତ୍ୱରେ ଲଢ଼ିଥିଲେ |


ନିର୍ବାଚନକୁ ନେଇ ଦଳ ନିଜର ନିଷ୍ପତ୍ତି ଶୀଘ୍ର ଶୁଣାଇବ | ଦଳର ପ୍ରବକ୍ତା ସି. ପୋନିୟନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ନିଷ୍ପତ୍ତି ନେଇଛନ୍ତି ସେ ସମସ୍ତ ତାଙ୍କ ଦଳ ବିରୋଧୀ | ସେ ସବୁବେଳେ ହିନ୍ଦୁ କାର୍ଡ ଖେଳିବାକୁ ଚାହୁଁଛନ୍ତି | କାବେରୀ ବିବାଦକୁ ନେଇ ବିଜେପି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁ | ଦଳ ଆହୁରି କହିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ମଧ୍ୟ ବିଜେପି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ | ଏହାଛଡା ନିକଟରେ କେରଳରେ ହୋଇଥିବା ବାତ୍ୟାର ତାଣ୍ଡବ ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ପୁରା ଫଣ୍ଡ ମିଳିନଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.