ବିଧାନସଭା ନିର୍ବାଚନ ପୂର୍ବରୁ AIADMK-ବିଜେପି ମେଣ୍ଟ ଘୋଷଣା, ଜେପି ନଡ୍ଡା ଦେଲେ ସୂଚନା

Published By : Prameya-News7 Bureau | January 30, 2021 IST

ଚେନ୍ନାଇ ୩୦/୦୧ : ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । AIADMK ସହ ମିଶି ଆସନ୍ତା ବିଧାନସଭା ନିର୍ବାଚନ ଲଢିବ ବିଜେପି । ଏ ନେଇ ଶନିବାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ।

୨ ଦିନିଆ ତାମିଲନାଡୁ ଗସ୍ତରେ ଥିବା ନଡ୍ଡା AIADMK ସହ ମେଣ୍ଟ ଘୋଷଣା କରିବା ପରେ ତାମିଲନାଡୁରେ ରାଜନୀତି ସରଗରମ ହୋଇଛି । ଆସନ୍ତା ଏପ୍ରିଲ କିମ୍ବା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏହା ପୂର୍ବରୁ AIADMK ସହ ବିଜେପିର ମେଣ୍ଟ ଘୋଷଣା ବିରୋଧିଙ୍କ ରାସ୍ତାରେ କଣ୍ଟା ସଦୃଶ ।

ତାମିଲନାଡୁ ଗସ୍ତରେ ଥିବା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ କିଏ କେତେ ସିଟ୍‌ରେ ନିର୍ବାଚନ ଲଢିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.