Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମହିଳାଙ୍କ ମୁହଁର ପ୍ରତିକ୍ରିୟା କଏଦ କରିବାକୁ କ୍ୟାମେରା ଲଗାଇବ ୟୁପି ପୋଲିସ, ଚଟାପଟ୍ ହେବ ଆକ୍ସନ୍

21/01/2021 at 9:29 PM

ଲକ୍ଷ୍ନୌ ୨୧/୦୧ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଯୁବତୀ ଏବଂ ମହିଳାମାନଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜନଗହଳିପୂର୍ଣ୍ଣ ତଥା ମହିଳା ଏବଂ ଯୁବତୀମାନେ ଚଳପ୍ରଚଳ କରୁଥିବା ସ୍ଥାନମାନଙ୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁକ୍ତ ସ୍ମାର୍ଟ କ୍ୟାମେରା ଲଗାଇବାକୁ ଯୋଜନା କରାଯାଇଛି ।

ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ ସ୍ମାର୍ଟ କ୍ୟାମେରା ସ୍ବୟଂଚାଳିତ ଭାବେ ପୀଡିତାଙ୍କ ଫଟୋକୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ପଠାଇବା ସହିତ ତତକ୍ଷଣାତ ପୋଲିସକୁ ସଜାଗ କରିଦେବ । ଏହା ସମ୍ପୂର୍ଣ୍ଣ ଭାବେ ତଥ୍ୟସବୁକୁ ଗୁପ୍ତ ରଖିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ‘ସେଫ୍ ସିଟି’ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପୋଲିସ କମିସନର ଡିକେ ଠାକୁର କହିଛନ୍ତି । ସେ କହିଛନ୍ତି, ଯୁବତୀ ଏବଂ ମହିଳାମାନେ ଅଧିକ ଯାତାୟତ କରୁଥିବା ଏଭଳି ପ୍ରାୟ ୨୦୦ଟି ହଟ୍‌ସ୍ପଟ୍‌ ଚିହ୍ନଟ କରିଛି ଲକ୍ଷ୍ନୌ ପୋଲିସ । ଏ ସବୁ ସ୍ଥାନମାନଙ୍କରେ ଗତ ବର୍ଷେ ହେଲା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।

ଏହି ଯୋଜନା ପ୍ରଥମେ ରାଜଧାନୀ ଲକ୍ଷ୍ନୌରେ ହିଁ କାର୍ଯ୍ୟକାରୀ ହେବ । ଉତ୍ତର ପ୍ରଦେଶର ଏହି ଗୋଟିଏ ସ୍ଥାନକୁ କେନ୍ଦ୍ର ସରକାର ପ୍ରାଥମିକ ଭିତ୍ତିରେ ଚୟନ କରିଛନ୍ତି । ଏଠାରେ ସଫଳତାର ସହ ଯୋଜନା କାର୍ଯ୍ୟକାରୀ ହେବାପରେ ଦେଶର ଅନ୍ୟସ୍ଥାନମାନଙ୍କରେ ମଧ୍ୟ ଲାଗୁ କରାଯିବ । ଏହାକୁ ନେଇ ସାଇବର ଏକ୍ସପର୍ଟମାନେ କିନ୍ତୁ ଭିନ୍ନ ମତ ଦେଇଛନ୍ତି । ସେମାନଙ୍କ କହିବା କଥା ହେଉଛି ଏହି ଯୋଜନା ଅନେକାଂଶରେ ଭଲ କିନ୍ତୁ ସାଧାରଣ ଜନତାଙ୍କ ତଥ୍ୟ ବ୍ୟବହାର କରିବାକୁ ସୁପ୍ରିମକୋର୍ଟଙ୍କ ଧାରା ୨୧ ଅନୁଯାୟୀ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରିବ ।

   Related Posts