Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

କମଲନାଥଙ୍କୁ ହଟାଇବାକୁ ବିଜେପିକୁ ଆହୁରି ଅପେକ୍ଷା କରିବାକୁ ହେବ, ବିଧାୟକଙ୍କ ବନ୍ଧକ ରଖାଯିବା ଘଟଣାକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

18/03/2020 at 6:30 PM

ଭୋପାଳ ୧୮।୦୩: ମଧ୍ୟପ୍ରଦେଶ ବିଧାନସଭାରେ ଶକ୍ତି ପରୀକ୍ଷଣ ନେଇ ବିଜେପିକୁ ଆହୁରି ଅପେକ୍ଷା କରିବାକୁ ପଡିବ । ଶୀଘ୍ର ଶକ୍ତି ପରୀକ୍ଷଣ ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ୯ ବିଜେପି ବିଧାୟକଙ୍କ ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ଗୁରୁବାରକୁ ଘୁଞ୍ଚାଇ ଦେଇଛନ୍ତି । ତୁରନ୍ତ ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବାକୁ ବାଚସ୍ପତି ଏନ୍‌ପି ପ୍ରଜାପତିଙ୍କୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ବାଚସ୍ପତି, ରାଜ୍ୟପାଳ ଏବଂ ସରକାର ବୁଧବାର କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ । 

ସରକାରଙ୍କ ପାଖରେ ବହୁମତ ନାହିଁ, ତେଣୁ ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ଯୁକ୍ତି ବାଢିଥିଲେ ବିଜେପି ଓକିଲ । ଏହାକୁ କାଉଣ୍ଟର କରି ବନ୍ଧକ ଥିବା ବିଧାୟକଙ୍କୁ ମୁକ୍ତ କରିବାକୁ ଯୁକ୍ତି ବାଢିଥିଲା କଂଗ୍ରେସ । କୋର୍ଟ ଚାହିଁଲେ ଏଠାରେ ୧୬ ବିଧାୟକଙ୍କୁ ହାଜର କରାଯିବ ବୋଲି ବିଜେପି ଯୁକ୍ତି ରଖିଥିଲା । ଯାହାକୁ ଅଗ୍ରାହ୍ୟ କରିଦେଇଥିଲେ କୋର୍ଟ । କୌଣସି ପରିସ୍ଥିତିରେ ବି ବିଧାୟକଙ୍କୁ ବନ୍ଧକ ରଖାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ମଧ୍ୟପ୍ରଦେଶର ୨୨ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବାଚସ୍ପତି । ଅବଶିଷ୍ଟ ୧୬ ଜଣଙ୍କ ଇସ୍ତଫା ସଂପର୍କରେ ଏଯାଏ ବାଚସ୍ପତି ନିଷ୍ପତ୍ତି ନେଇ ନାହାଁନ୍ତି । ଏହି ବିଧାୟକମାନେ ଏବେ ବିଜେପି ଶିବିରରେ । ସେପଟେ କମଲନାଥ ସରକାରକୁ ବଞ୍ଚାଇବାକୁ ଲାଗି ପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍ ବିଜୟ ସିଂହ ।

ବେଙ୍ଗାଲୁରୁର ଯେଉଁ ହୋଟେଲରେ ବିଦ୍ରୋହୀ ବିଧାୟକଙ୍କୁ ରଖାଯାଇଛି  । ଆଜି  ସେଠାରେ ପହଞ୍ଚି ଯାଇଥିଲେ ଦିଗି ରାଜା । ବିଧାୟକଙ୍କୁ ଭେଟିବାକୁ ଚାହିଁଥିଲେ । କିନ୍ତୁ ସେଠାରୁ ତାଙ୍କୁ ପୋଲିସ ଉଠାଇ ନେଇଥିଲା । ଯାହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ଦେଖା କରିବାର ସୁଯୋଗ ଦେବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାର୍ଚ୍ଚ ୨୬ରେ ଏହାର ଶୁଣାଣି ହେବ ।

କଂଗ୍ରେସରୁ ସିନ୍ଧିଆଙ୍କ ଇସ୍ତଫା ମଧ୍ୟପ୍ରଦେଶ ରାଜନୀତିକୁ ଦୋହଲାଇ ଦେଇଛି । ସିନ୍ଧିଆଙ୍କ ସମର୍ଥକ ବିଜେପି ଶିବିରରେ ସାମିଲ ହୋଇଥିବା ବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ରାଜ୍ୟରେ ସରକାର ଗଢିବାକୁ ସଜବାଜ ହୋଇ ରହିଛନ୍ତି । କିନ୍ତୁ ରାଜ୍ୟପାଳଙ୍କ ଦୁଇ ଦୁଇଟି ଚିଠି ପରେ ବି ଗୃହରେ ଶକ୍ତି ପରୀକ୍ଷା ଦେଇ ନାହନ୍ତି କମଲନାଥ ।

   Related Posts